ଡିଜିପି ହେଲେ ଲୋକଆୟୁକ୍ତ କିଏ ହେବେ ନୂଆ

ଭୁବନେଶ୍ବର,୬/୮(ଓଡ଼ିଆ ନ୍ୟୁଜ) ଡି ଜି ପି ପରିବର୍ତନ ନେଇ ଚାଲିଥିବା ଅଙ୍କକଷାରେ ପୂର୍ଣ୍ଣଛେଦ ପଡିଛି। ଶେଷରେ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ଆର.ପି. ଶର୍ମାଙ୍କୁ ଆଜି ଅନୁମୋଦନ ମିଳିଛି  । ଆର.ପି. ଶର୍ମାଙ୍କ ନାମକୁ ଆଜି ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  । ତେବେ ଆର.ପି. ଶର୍ମା ଲୋକାୟୁକ୍ତ ସଦସ୍ୟ ହୋଇଥିବା ବେଳେ ଖୁବ୍‌ଶୀଘ୍ର ନୂଆ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି  ।