banner
Breaking

ବଦଳିଲା ପ୍ୟାରେଡ ସ୍ଥାନ, ଭାଗନେବେ ନାହିଁ ସ୍କୁଲ ପିଲା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ ପ୍ୟାରେଡ଼ସ୍ଥଳ ବଦଳିଲା । ଏଣିକି ଲୋୟର ପିଏମଜିରେ ବଦଳରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସ୍ଥାନ ପରିବର୍ତନ କରାଯାଇଥିବା ଜଣାପଡିଛି ।
ଦୀର୍ଘଦିନ ହେଲା ଲୋୟର ପିଏମଜି ତଥା ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବ ପାଳନ କରାଯାଉଥିଲା । ସହରରେ ଟ୍ରାଫିକ ସମସ୍ୟା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ପ୍ୟାରେଡ଼ସ୍ଥଳ ପରିବର୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତେବେ ପ୍ୟାରେଡ଼ ଉତ୍ସବ ପାଳନ ନେଇ ସରକାର ସହର ଭିତରେ ଥିବା ୩ଟି ସ୍ଥାନକୁ ଚିହ୍ନଟ କରିଥିଲେ ।  ୟୁନଟ-୩ ପ୍ରଦର୍ଶନୀ ପଡ଼ିଆ, କଳିଙ୍ଗ ଷ୍ଟାଡ଼ିୟମ ଓ ଜନତା ମଇଦାନରେ କରାଯିବାକୁ ପ୍ରସ୍ତାବ ରହିଥିଲା । ହେଲେ ସୁରକ୍ଷା ଓ ନିରାପତା ନେଇ ପୁଲିସକୁ ଷ୍ଟାଟସ ରିପୋର୍ଟ ମଗାଯାଇଥିଲା । 
୩ଟି ପ୍ରସ୍ତାବିତ ପ୍ୟାରେଡ଼ସ୍ଥଳକୁ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ଡିଜି ସୁନୀଲ ରାୟ, ପୁଲିସ କମିଶନର ସତ୍ୟଜିତ ମହାନ୍ତି ଓ ରାଜ୍ୟ ସରକାରଙ୍କ ସୂଚନା ଏବଂ ପ୍ରସାରଣ ବିଭାଗର ଅଧିକାରୀମାନେ ପରିଦର୍ଶନ କରିବା ସହ ସୁରକ୍ଷା ଅନୁଧ୍ୟାନ କରିଥିଲେ । ଏହି ୩ଟି ସ୍ଥାନରେ ସୁରକ୍ଷା, ଟ୍ରାଫିକ ସମସ୍ୟା ଆଦି ନେଇ ପୁଲିସ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପୁଲିସ ରିପୋର୍ଟକୁ ଆଧାର କରି ସରକାର ପ୍ରଦର୍ଶନୀ ପଡ଼ିଆରେ ପ୍ୟାରେଡ଼ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତି ପରେ ଏଣିକି ଲୋୟର ପିଏମ୍ଜି ବଦଳରେ ପ୍ରଦର୍ଶନୀ ପଡ଼ିଆରେ ପ୍ୟାରେଡ ଉତ୍ସବ ପାଳନ କରାଯିବ ।
ସେହିପରି ଚଳିତ ଥର ଠାରୁ ପ୍ୟାରେଡ଼ରେ କୌଣସି ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବନି । ସୁରକ୍ଷା ଓ ସେମାନଙ୍କ ପାଠପଢାରେ ବ୍ୟାଘାତ କାରଣରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏଣିକି କେବଳ ପୁଲିସ ଓ ସୁରକ୍ଷା ଏଜେନ୍ସିର କର୍ମକର୍ତାମାନେ ପ୍ୟାରେଡରେ ଭାଗ ନେବେ ବୋଲି ଜଣାପଡିଛି ।

Khansweb Solution Bhubaneswar

Leave A Reply

Your email address will not be published.