banner
Breaking

ଭ୍ରାମ୍ୟମାଣ ଜଳଛତ୍ର ସେବା ଉଦ୍‌ଘାଟିତ

0

ଭୁବନେଶ୍ୱର – ଶ୍ରୀ ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ସେବା ପଟିଆ ସ୍ଥିତ ଶିରିଡି ସାଇ ଛକ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ତଥା ୧ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ଉଦ୍‌ଘାଟନ କରିବା ସହିତ କହିଥିଲେ ର୍ବମାନ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ଏହି ଜଳସେବା ପଥିକ ମାନଙ୍କୁ ବେଶ ସହାୟକ ହେବ । ମିହିର ରାଉତଙ୍କ ଏହି ଜନସେବା କାର୍ଯ୍ୟକୁ ପ୍ର୍ରଶଂସା କରିଥିଲେ । ଅନ୍ୟତମ ଅତିଥିଭାବେ ୨ନଂ ୱାର୍ଡର କର୍ପୋରେଟର ମୋନାଲିସା ବେହେରା ଯୋଗଦେଇ ଦହିପାଣି ବନ କରିଥିଲେ । ଏହି ଭ୍ରାମ୍ୟମାଣ ଜଳସେବା ପଟିଆ ଛକଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯାତ୍ରା କରିବ । ପ୍ରତି ଛକରେ କିଛି ସମୟ ରହି ଦହିପାଣି ଓ ସାଧା ପାଣି ବନ କରାଯିବ ବୋଲି ମିହିର ରାଉତ କହିଛନ୍ତି । ସେହିପରି କିଟ୍ ଛକ ଠାରେ କିଟ୍ ଅଟୋ ମାଲିକ ସଂଘ ଓ ପ୍ରଶାନ୍ତି ବିହାର ଛକରେ ଦି କ୍ଲବ ପକ୍ଷରୁ ମିହିର ରାଉତଙ୍କ ସହଯୋଗରେ ଜଳଛତ୍ର ସେବା କେନ୍ଦ୍ର ଖୋଲା ଯାଇଥିଲା । କର୍ପୋରେଟର ଏହି କାର୍ଯ୍ୟକୁ ସ୍ଥାନୀୟ ଅଳବାସୀ ପ୍ରଶଂସା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.