banner
Breaking

ଭାରତ ବନ୍ଦରେ ବିକ୍ଷୋଭ କରି ଆମ ଅଧିକାରର କର୍ମୀମାନେ ଗିରଫ

0

ଭୁବନେଶ୍ୱର, ୨୫/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନ ଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ‘ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ ଉର୍ଦ୍ଧ୍ୱ ଯୁବକ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶଙ୍କ ନେତୃତ୍ୱରେ ଏଜି ଛକରେ ବିକ୍ଷୋଭ କରିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମୀମାନେ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ସଚିବାଳୟ ଆଡ଼କୁ ଅଗ୍ରସର ହେବା ସମୟରେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା । ଫଳରେ କର୍ମୀମାନେ ସେଇ ରାସ୍ତା ଉପରେ ବସିଯାଇ ପିକେଟିଂ କରିବାରୁ ପୋଲିସ୍ ସେମାନଙ୍କୁ ଗିରଫ କରି ନେଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଯୁବନେତା ବିଶ୍ୱଭୂଷଣ ମହାପାତ୍ର ପରିଚାଳନା କରିଥିଲେ । କେନ୍ଦ୍ର ସରକାର ଏହି ବିଲ୍ ଦ୍ୱୟକୁ ପ୍ରତ୍ୟାହାର ନକଲେ, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.