banner
Breaking

ଇଞ୍ଜଣାରେ ଭାଗବତ ଯାତ୍ରା ମହୋତ୍ସବ ଉଦ୍‌ଘାଟିତ

0

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ଗ୍ରାମରେ ଗ୍ରାମ ମଙ୍ଗଳ କମିଟି ପକ୍ଷରୁ ଆୟୋଜିତ ଭାଗବତ ଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଗ୍ରାମର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ । ଗ୍ରାମ ମଙ୍ଗଳ କମିଟି ପକ୍ଷରୁ ଗାଁ ମୁଣ୍ଡରେ ବିଧାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସୁସ୍ୱାଗତ କରାଯିବା ସହ ବାଜା ବଜାଇ, ହୁଳହୁଳି ଓ ଜୟ ଜୟକାର ପକାଇ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା । ବିଧାୟକ ଏହାକୁ ଉଦଘାଟନ କରି କହିଥିଲେ ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଇଞ୍ଜଣା ଗ୍ରାମବାସୀ ମାନେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏଭଳି ଭାଇଚାରା ବଜାୟ ରଖିଲେ ଗ୍ରାମର ଉନ୍ନତି ହେବା ସହିତ ଗ୍ରାମ ବହୁ ଆଗକୁ ବଢିବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନିର୍ମଳ ରାଉତ, ସରପଞ୍ଚ ହେମନ୍ତ କୁମାର ପରିଡା ଓ ଗ୍ରାମର ମୁରବୀମାନେ ଯୋଗ ଦେଇଥିଲେ । ଆଜି ସକାଳୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଭାଗବତ ଗୋସେଇଁଙ୍କ ପୂଜାର୍ଚ୍ଚନା କରି ପଞ୍ଚଭୋଗ ଅର୍ପଣ କରିଥିଲେ । ଉକ୍ତ ପ୍ରସାଦକୁ ଗ୍ରାମର ଘରେ ଘରେ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ବସାଇ ଗୋସେଇଁଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରକାର ବାଦ୍ୟ, ଘୋଡାନାଚ, ଷଣ୍ଢନାଚ, ରାଧାକୃଷ୍ଣ ନାଚ ଇତ୍ୟାଦି ପରିବେଷଣ କରାଯାଇଥିଲା । ନିଆଁ ହୁଳାର ଆତସବାଜି ବେଶ ଚିତ୍ତାକର୍ଷକ ଥିଲା । ଏହି ଅବସରରେ ତିନିଦିନ ଧରି ତୁଳସୀ ଗଣନାଟ୍ୟ ଦ୍ୱାରା ଯାତ୍ରା ପରିବେଷଣ କରାଯିବ । ଗ୍ରାମ ମଙ୍ଗଳ କମିଟିର କର୍ମକର୍ତ୍ତା ଓ ଗାଁ ର ସମସ୍ତ ମୁରବୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମ୍ପାଦକ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.