banner
Breaking

ଆରଡିରେ ୧୫ ଘର ପାଣି ଘେରରେ।

0

ଆରଡ଼ି,୨୭।୫: ବାତ୍ୟା ୟାସ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁରେ ପାଣି ମାଡିଯାଇଛି। ଫଳରେ ସାଳନ୍ଦୀ ନଦୀ କୂଳ ଗାଁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୧୫ ପରିବାର ପାଣି ଘେରରେ ରହିଛନ୍ତି। ସରକାରୀସ୍ତରରେ କୌଣସି ସହାୟତା ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବାତ୍ୟା ପୂର୍ବଦିନ ଓ ବାତ୍ୟା ଦିନ ସେମାନଙ୍କୁ ରନ୍ଧାଖାଦ୍ୟ ଦୂରର କଥା ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ପ୍ରକାଶ କରିଛନ୍ତି। ବାତ୍ୟା ପୂର୍ବଦିନ ୧୫ ପରିବାର ବିପଦରେ ପଡ଼ିବେ ବୋଲି ଆଶଙ୍କା କରି ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରିଥିଲେ ବି ସେମାନେ ଶୁଣି ନ ଥିବା କହିଛନ୍ତି ସରପଞ୍ଚ ଅରବିନ୍ଦ ପାଢ଼ୀ। ସରକାରୀ ନିୟମ ଅନୁସାରେ ଯେଉଁମାନେ ନିଜ ଘରୁ ନିରାପଦ ସ୍ଥାନକୁ ଯାଇନାହାନ୍ତି ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇପାରିବ ନାହିଁ। ତେବେ ରିଲିଫ ଆସିଲେ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ ବୋଲି ବୋଲି ସେ କହିଛନ୍ତି। ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ କହିଛନ୍ତି, ଦିନେ କିମ୍ବା ଦୁଇଦିନ ପରେ ବାତ୍ୟା ସ୍ଥିତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ।

Khansweb Solution Bhubaneswar

Leave A Reply

Your email address will not be published.