ଭୁବନେଶ୍ୱରରୁ ଆଜି ୧୩ ପଜିଟିଭ ଚିହ୍ନଟ। ୫ ଲୋକାଲ୍ କେସ୍
ଭୁବନେଶ୍ବର,୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ହୋମ୍ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଏଥିରେ ସ୍ଥାନୀୟ ଚିହ୍ନଟଙ୍କ ମଧ୍ୟରେ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଲ୍ଡ ଟାଉନ ଭୀମଟାଙ୍ଗି ରୋଡର ୩୨ ବର୍ଷୀୟ ଜଣେ ଯୁବକ, ସାଲିଆ ସାହିର ୫୫ ବର୍ଷୀୟ ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ୧୮ ବର୍ଷୀୟ ଜଣେ ଯୁବତୀ ଅଛନ୍ତି। ସେହିପରି ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ, ନୂଆଗାଁ ଅଞ୍ଚଳରୁ ୨, ୟୁନିଟ-୧ ଅଞ୍ଚଳରୁ ଜଣେ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବର ସହରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସ°କ୍ରମିତଙ୍କ ସ°ଖ୍ୟା ୩୪୫କୁ ବୃଦ୍ଧି ପାଇଛି। ସେଥିରୁ ୨୦୧ ସୁସ୍ଥ ହୋଇଥିବା ବେଳେ ୧୩୯ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।