banner
Breaking

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ କରୋନା ପରୀକ୍ଷା କରିବ ବିଏମସି।

0

ଭୁବନେଶ୍ୱର, ୧୨/୫(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ପାଦେ ଆଗେଇଛି। ଚଳିତ ମାସ ଏବଂ ଜୁନ୍‌ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରର ସମସ୍ତ ୬୭ ଓ୍ବାର୍ଡରେ ପର୍ଯ୍ୟାୟକ୍ରମେ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ସହାୟତାରେ ସମସ୍ତ ଓ୍ବାର୍ଡରେ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଖୋଲିବ। ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ହୋଇଥିବା ଚିଠି (ନଂ.୨୪୪୪/ଆରଆଣ୍ଡଡିଏମ୍‌ (ଡିଏମ୍‌))କୁ ଭିତ୍ତି କରି ବିଏମ୍‌ସି ଏହି ସେବା ଯୋଗାଇବ ବୋଲି ଜଣାପଡ଼ିଛି। ତେବେ ଶିବିର ପରିଚାଳନା ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ କର୍ମୀ ଓ ସୁରକ୍ଷା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ହେଲେ ବରିଷ୍ଠ ନାଗରିକଙ୍କୁ ଅଧିକ ବିପଦ ଥିବାରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପ୍ରତି ବିଏମ୍‌ସି ଅଧିକ ଗୁରୁତ୍ୱ ଦେଉଛି।

Khansweb Solution Bhubaneswar

Leave A Reply

Your email address will not be published.