banner
Breaking

ମମତାଙ୍କୁ ଆଙ୍ଗୁଠି ଉଠାଇଲେ ଫୁଟୁଛି ଗୁଳି।

0

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ, ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ଶିଶୁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଦାୟୀ କରି କେତେଜଣ ସଚେତନ ନାଗରିକ ଏହି ଅଭିଯୋଗ ଆଣିଛନ୍ତି। ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ସାମାଜିକ କର୍ମୀ ବନ୍ଧୁପ୍ରକାଶ ପାଲ (୩୫), ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ପୁଅ ବନ୍ଧୁ ଆଙ୍ଗନ ପାଲଙ୍କୁ ହତ୍ୟା କରାଯାଇଥିଲା। ସାମାଜିକ କର୍ମୀ ପାଲ୍‌ ଜଣେ ହିନ୍ଦୁ ସମର୍ଥକ ଥିଲେ। ସେ ଟିଏମ୍‌ସି ବିରୋଧରେ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେବା ସହ ଅନ୍ୟ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ମମତାଙ୍କ ଇସାରାରେ ତାଙ୍କର କର୍ମୀମାନେ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ଅଭିଯୋଗ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନୋରଞ୍ଜନ ଏବଂ ମନୋଜ କୁମାରଙ୍କ ସମେତ ଅନ୍ୟ ସମର୍ଥକମାନେ ଦାବି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.