banner
Breaking

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0

ଭୁବନେଶ୍ୱର,୩/୧୧(ଓଡ଼ିଆ ନ୍ୟୁଜ) ଭେଙ୍କଟେଶ୍ବର ଇ°ରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଗଣ-ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର ରଥ,ସି,ବି,ଏସ,ଇ ସେଣ୍ଟର ଅଫ ଏକ୍ସଲେନ୍ସର ବୀରୁ ଟୁଡୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ଗଠନ, ସହିଷ୍ଣୁତା , ସତ୍ୟବାଦିତା,ପରୀଶ୍ରମୀ,କର୍ତ୍ତବ୍ୟନିଷ୍ଠା, ନୈତିକତାର ବିକାଶ ସହିତ ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି,ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି,ରାମ କିଶୋର, ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ସ୍କୁଲର ଟ୍ରଷ୍ଟି କେ,କେ ଦେବୀ ଓ ଏସ,କେ,ନବି ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଅଭିଭାବକ ଓ କମିଟିକୁ ସାଧୁବାଦ ଜଣାଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ ମୁଖପାତ୍ର ଭିମ ଭିଜନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପିଲାମାନେ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ସୋନାଲି ସି° ଓ ଅନ୍ୟମାନେ ଏହାକୁ ପରିଚାଳନା କରିଥିଲେ। ଶେଷରେ ମିନତି ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.