banner
Breaking

ବିଇଡି ପାଇଁ ନାମ ଲେଖା ଆରମ୍ଭ

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ସ୍ବୟଂ ଶାସିତ କଲେଜଗୁଡ଼ିକରେ ବିଇଡି, ବିଏଚ୍‌ଇଡି ଓ ଏମ୍‌ଇଡି ନାମଲେଖା ପାଇଁ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।
ପ୍ରବେଶିକା ପାଇଁ ଆବେଦନ ମେ’ ୪ ତାରିଖରେ ଆରମ୍ଭ ହୋଇ ୧୪ରେ ଶେଷ ହେବ। ୧୮ ତାରିଖ ସୁଦ୍ଧା ଆବେଦନ ସମ୍ପର୍କିତ ତଥ୍ୟ ଓ କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌) ଏସ୍‌ଏସ୍‌ବ ନିକଟରେ ଦାଖଲ କରିବ। ଜୁନ ୧ରୁ ୧୧ ତାରିଖ ମଧ୍ୟରେ ଆଡ୍‌ମିଟି କାର୍ଡ ଅନ୍‌ଲାଇନରେ ଉପଲବ୍ଧ ହେବ। ଜୁନ ୧୦ ତାରିଖରେ ଏମ୍‌ଇଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଓ ୧୧ ତାରିଖରେ ବିଇଡି ଏବଂ ବିଏଚଇଡି ପ୍ରବେଶିକା ଅନୁଷ୍ଠିତ ହେବ।

Khansweb Solution Bhubaneswar

Leave A Reply

Your email address will not be published.