banner
Breaking

ବିଏସକେଓ୍ବାଇ କାର୍ଡରେ କର୍କଟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବ ବାଲକୋ ହସ୍ପିଟାଲ

ରାଜ୍ୟ ସରକାରଙ୍କ ବେଦାନ୍ତ ସହିତ ଚୁକ୍ତିନାମା

0

ଭୁବନେଶ୍ୱର,୪।୨ କେନ୍ଦ୍ରୀୟ ଭାରତର ଜଣାଶୁଣା କ୍ୟାନ୍‌ସର ହସ୍ପିଟାଲ ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ସହ ଓଡ଼ିଶା ସରକାର ନିକଟରେ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏହି ଅନୁସାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିକେଏସ୍‌ୱାଇ)ର କାର୍ଯ୍ୟକାରିତା ଠିକ୍‌ ଭାବେ କରାଯାଇଛି। ଫଳରେ ବିକେଏସ୍‌ୱାଇ ହିତାଧିକାରୀଙ୍କୁ ହସ୍ପିଟାଲ ପକ୍ଷରୁ ଗୁଣବତ୍ତାଯୁକ୍ତ କର୍କଟ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ରାଜ୍ୟର ଗରିବ ପରିବାର ତଥା ମହିଳାମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାନୁୟାରୀରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା। ବାଲ୍‌କୋ ମେଡିକାଲ ସେଣ୍ଟର ଇତିମଧ୍ୟରେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିପାରିଛି।
ଏହି ହସ୍ପିଟାଲରେ ଶ୍ରେଷ୍ଠତମ ଆଧୁନିକ ଲିନିୟର ଆସିଲେଟର,ବୃହତ୍‌ କେମୋଥେରାପି ଡେ-କେୟାର ୟୁନିଟ୍‌, ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ମେଡିକାଲ ଡିପାର୍ଟମେଣ୍ଟ ରହିଛି।
ଏହାଦ୍ୱାରା ଶ୍ରେଷ୍ଠତମ ଡାଇଗ୍ନୋଷ୍ଟିକ୍‌ ଏବଂ ଚିକିତ୍ସା ଉପଲବ୍ଧ ହୋଇଥାଏ। କର୍କଟ ଚିକିତ୍ସା କ୍ଷେତ୍ରରେ ଚାହିଦା ଅନୁସାରେ ଚିକିତ୍ସାରେ ଅଭାବ, କମ୍‌ ସଚେତନତା, ଆବଶ୍ୟକ ଭିତ୍ତିଭୂମିର ଅଭାବ ଏବଂ କମ୍‌ ସଂଖ୍ୟକ ଅନ୍‌କୋଲୋଜିଷ୍ଟ ଯୋଗୁ ସମସ୍ୟା ଦେଖାଦେଉଛି। ତେବେ ଏ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ବାଲ୍‌କୋ ହସ୍ପିଟାଲ କର୍କଟ ମୁକ୍ତି ସମାଜ ଗଠନ ମିଶନ ପୂରଣ କରିବାର ପ୍ରୟାସ ଜାରି ରଖିଛି।
ଏ ସମ୍ପର୍କରେ ବାଲ୍‌କୋ ମେଡିକାଲ ସେଣ୍ଟରର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଥିଲେ, ଭାରତରେ ଗତ କିଛି ଦଶନ୍ଧି ମଧ୍ୟରେ କର୍କଟ ଚିକିତ୍ସା ଦକ୍ଷତାରେ ବୃଦ୍ଧି ହୋଇପାରିଛି। ଅଧିକାଂଶ ସୁବିଧା ସହରାଞ୍ଚଳରେ ରହିଛି। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ କର୍କଟ ରୋଗୀ ସଂଖ୍ୟା ବଢ଼ିବା ସହିତ ଗୁଣବତ୍ତାଯୁକ୍ତ ଚିକିତ୍ସା ଅଭାବରୁ ଏହା ମୁଖ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ବେଦାନ୍ତ ପକ୍ଷରୁ ବାଲ୍‌କୋ ମେଡିକାଲ ସେଣ୍ଟର ନୂଆ ରାୟପୁରରେ ସ୍ଥାପିତ ହୋଇଛି। ଏହା ପକେଟକୁ ସୁହାଇଲା ଭଳି ଖର୍ଚ୍ଚରେ କର୍କଟ ଚିକିତ୍ସା ଉପଲବ୍ଧ କରାଉଛି। ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାର ଉଦ୍ୟମ ଜାରି ରଖିଛି। ବାଲ୍‌କୋ ମେଡିକାଲ ସେଣ୍ଟର ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତ। କର୍କଟ ଚିକିତ୍ସା ସହ ଏହା ସାଇକୋଲୋଜିକାଲ୍‌, ନ୍ୟୁଟ୍ରିଶନାଲ ଏବଂ ଫିଜିକାଲ ଥେରାପି ସୁବିଧା ଯୋଗାଇ ଦେଇଥାଏ।

Khansweb Solution Bhubaneswar

Leave A Reply

Your email address will not be published.