banner
Breaking

ବେଦାନ୍ତ ଓଡ଼ିଶାରେ କାର୍ଯ୍ୟ ସମ୍ପ୍ରସାରଣ କରିବ

0

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଜାରି ରଖିଥିବା ବ୍ୟବସାୟିକ କାର୍ଯ୍ୟକଳାପ ଗୁଡ଼ିକର ସମ୍ପ୍ରସାରଣ କରିବ ବୋଲି ଜଣାପଡ଼ିଛି। ଏପରିକି ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୁମ୍ବାଇଠାରେ ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା-୨୦୨୨ ରୋଡ୍‌ଶୋରେ ବେଦାନ୍ତ ରିସୋର୍ସେସ୍‌ର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ। ବେଦାନ୍ତ ଗ୍ରୁପ୍‌ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବୃହତ୍‌ ପୁଞ୍ଜି ବିନିଯୋଗ କରି ଆସିଛି। ବିଶେଷକରି ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା, ଫେରୋକ୍ରମ, ଖଣି ଓ ମୂଲ୍ୟଯୋଗ କ୍ଷେତ୍ରରେ କମ୍ପାନୀ ପ୍ରାୟ ୮୦,୦୦୦ କୋଟି ଟଙ୍କାର ନିବେଶ କରିଛି। ସେହିଭଳି କମ୍ପାନୀ ମଧ୍ୟ ୫ଲକ୍ଷରୁ ଅଧିକ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି କରି ରାଜ୍ୟରେ ଶହ ଶହ ଏମ୍‌ଏସ୍‌ଏମ୍‌ଇ ଗଠନ କରିଛି। ଏ ସମ୍ପର୍କରେ ଅନୀଲ ଅଗ୍ରୱାଲ କହିଛନ୍ତି, ଆମେ ମେକ୍‌ ଇନ୍‌ ଓଡ଼ିଶାର ପଦକ୍ଷେପକୁ ସଫଳ କରିବାରେ ପ୍ରମାଣିତ କରିଛୁ। ଏହା ଭାରତରେ ସବୁଠାରୁ ଏକ ଅନୁକୂଳ ନିବେଶ ଲକ୍ଷ୍ୟସ୍ଥଳ ମଧ୍ୟରେ ରହିଛି। ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ ସହଜରେ ବ୍ୟବସାୟ କରିବା ଲାଗି ସୁଯୋଗ ଆଣି ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.