banner
Breaking

ବିଡ଼ିଏ ଇପିଏଫ ପେନସନ ଭୋଗୀଙ୍କ ବୈଠକ

0

ଭୂବନେଶ୍ଵର, – ଭୂବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ( ବିଡ଼ିଏ)ର ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଆଜି ୟୁନିଟ-୩, ଖାରବେଳ ନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ସଭାପତି ତଥା ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାର ଆଲୋଚନା କରିଥିଲେ । ସର୍ବନିମ୍ନ ପେନସନ ବୃଦ୍ଧି ସହ ମହଙ୍ଗା ଭତ୍ତା ଦେବା ଏବଂ ସୂପ୍ରୀମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଲାଗି ଇପିଏଫ ପେନସନର୍ସ ଆସୋସିଏସନର ଦାବିକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର ବିଡ଼ିଏ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସମସ୍ତେ ଏକଯୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଓଡ଼ିଶାରେ ଥିବା ଆ‌ର୍ଥିକ ଅନଗ୍ରସର ଶ୍ରେଣୀର ଈପିଏଫ ପେନସନ ଭୋଗୀ ମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ସେମାନଙ୍କର ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଉଭୟ ସଭାପତି ଶ୍ରୀ ମିଶ୍ର ଓ ମୂଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ମୂଖ୍ୟ ବକ୍ତା ଭାବେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଉଦବୋଧନ ଦେଇ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଭବିଷ୍ୟନିଧି ସଂଗଠନ ବର୍ଦ୍ଧିତ ପେନସନ ବାବଦରେ ସୂପ୍ରୀମ କୋର୍ଟଙ୍କ ରାୟକୁ କିଭଳି କାର୍ଯ୍ୟକାରୀ କରାଇ ନ ଦେବା ପାଇଁ ଚଳାଇ ଥିବା ଚକ୍ରାନ୍ତ ବାବଦରେ ଆଲୋଚନା କରିଥିଲେ । ସୂପ୍ରୀମ କୋର୍ଟଙ୍କ ରାୟର ସୁଫଳ କିଭଳି ସମସ୍ତ ଇପିଏଫ ପେନସନ ଭୋଗୀ ପାଇ ପାରିବେ ସେଥିଲାଗି ସମସ୍ତେ ଏକଯୁଟ ହୋଇ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଆସନ୍ତା ମାର୍ଚ୍ଚ ତିନି ତାରିଖ ଶୁଦ୍ଧା ସମସ୍ତ ଯୋଗ୍ୟ ଈପିଏଫ ସଦସ୍ୟ ଏବଂ ପେନସନଧାରୀମାନେ ନିର୍ଦିଷ୍ଟ ଫର୍ମ ରେ ନିଜ ନିଜ କର୍ତୃପକ୍ଷଙ୍କ ଜରିଆରେ ଭବିଷ୍ୟନିଧି ସଂଗଠନ କର୍ତୃପକ୍ଷଙ୍କୁ ରେଜିଷ୍ଟ୍ରି ଡାକ ଯୋଗେ ପଠାଇବା ଲାଗି ସୂଚନା ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଈପିଏଫ ପେନସନର୍ସ ଆସୋସିଏସନର ସଭାପତି ବିଜୟ କୁମାର ଜେନା, ଉପସଭାପତି ବିକ୍ରମ ଛୋଟରାୟ, ଓ ଗୀତାଞ୍ଜଳି ପାତ୍ର ନିଗମ କର୍ମଚାରୀ ମହାସଂଘର ସଭାପତି ସତ୍ୟରଞ୍ଜନ ପଟନାୟକ ତଥା ଉପଦେଷ୍ଟା ନଟବର ଆଚାର୍ଯ୍ୟ, ମୁକ୍ତିକାନ୍ତ ମହାପାତ୍ର ଵିଡିଏ ଅବସରପ୍ରାପ୍ତ କଲ୍ୟାଣ ସମିତିର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତସିଂହାର , କାର୍ଯ୍ୟକାରୀ ସଭାପତି ନିକୁଞ୍ଜ ବିହାରୀ ରାଉତରାୟ , ଯୁଗ୍ମ ସମ୍ପାଦକ ବିଜୟ ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଲ୍ୟାଣ ସମିତିର ଅନ୍ୟତମ ଉପଦେଷ୍ଟା ତଥା ନିଗମ କର୍ମଚାରୀ ମହାସଂଘର ମହାସଚିବ ସରୋଜ କାନ୍ତ ମଲ୍ଲିକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ନିଗମ କର୍ମଚାରୀ ମହାସଂଘର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ

Khansweb Solution Bhubaneswar

Leave A Reply

Your email address will not be published.