banner
Breaking

ବର୍ଷା ଜଳ ସ°ରଣକ୍ଷ ନକଲେ ମିଳିବନି ବିଡିଏ ମଞ୍ଜୁର।

0

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ପ୍ରକାଶ କରିଛି। ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଘର ପ୍ଲାନ୍‌ ଆପ୍ରୁଭାଲ ପାଇଁ ଏବେ ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ ପ୍ରକଳ୍ପକୁ ସ୍ଥାନ ଦେବା ଜରୁରୀ। ଭୁବନେଶ୍ୱରର ବାସିନ୍ଦା ନିଜ ଘରେ ଏହି ବ୍ୟବସ୍ଥା ନ କରିବେ ସେମାନଙ୍କ ବିଲ୍ଡିଂକୁ ପ୍ଲାନ ଆପ୍ରୁଭାଲ ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରସ ପାଉଥିବାବେଳେ ସହରବାସୀ ଜଳର ଅପବ୍ୟବହାର କରୁଛନ୍ତି। ପୁଣି ବୋରିଂ ମାଧ୍ୟମରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରାଯାଉଛି। ତେଣୁ ବିଡିଏର ପ୍ଲାନିଂ ଆଣ୍ଡ୍‌ ବିଲ୍ଡିଂ ଷ୍ଟାଣ୍ଡାର୍ଡ ପକ୍ଷରୁ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୩୦୨ ଆଧାରରେ ଏହି ନିୟମ ଲାଗୁ କରାଯାଇଛି ବୋଲି ବିଡିଏ ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.