banner
Breaking

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହ ବ୍ୟାପି ରକ୍ତଦାନ ଶିବିରର ଶୁଭାରମ୍ଭ।

0

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିଦୁ” କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି।

ଵିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଵିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟଠାରେ ଆଜିଠାରୁ ଅନୁଷ୍ଠିତ ସପ୍ତାହ ବ୍ୟାପୀ ‘ଜୀବନ ବିନ୍ଦୁ’ ରକ୍ତ ଦାନ ଶିବିରରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ର ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଯୁବ କଲ୍ୟାଣ ବୋର୍ଡ଼ କାର୍ଯ୍ୟନିର୍ବାହୀ ଅଧକ୍ଷ ବିଜୟ ନାୟକ, ଭୁବନେଶ୍ୱର ଉତ୍ତରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସlହିତ କରିଥିଲେ।

ପ୍ରକାଶ ଥାଉକି ରାଜ୍ୟରେ କୋରାନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ରକ୍ତଦାନ ଶିବିର ବିଧାୟକ ଓ କର୍ମୀ ମାନଙ୍କ ଦ୍ବାରା ଆୟୋଜିତ ହୋଇ ଆସୁଛି।ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି | ହଜାର ହଜାର ୟୁନିଟ ରକ୍ତ ସ°ଗ୍ରହର ଲକ୍ଷ ନେଇ ଭୁବନେଶ୍ୱରରେ ସାତଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲୁରହିବ। ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ ଜନତା ଦଳ ର ସଦସ୍ୟ/ସଦସ୍ୟା କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଛନ୍ତି |

Khansweb Solution Bhubaneswar

Leave A Reply

Your email address will not be published.