banner
Breaking

ଆସନ୍ତାକାଲି ଠାରୁ ଟୁଇନସିଟିରେ ନୂଆ ନିୟମ।

0

ଭୁବନେଶ୍ବର,୩୦/୪ (ଓଡ଼ିଆ ନ୍ୟୁଜ): ଆସନ୍ତାକାଲିଠାରୁ ଟୁଇନସିଟିରେ ଜାରି ହେବାକୁ ଯାଉଛି ନୂଆ ନିୟମ। ‘ଦୁଇ ଗଜ ଦୂରତା’ ନିୟମ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ବକୁ ମାନିବାକୁ ବାଧ୍ୟ ଓ ବଜାର ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରୁ ଦୁଇ ଗଜ ଅର୍ଥାତ୍ ୬ ଫୁଟ ଦୂରରେ ଆତଯାତ ଓ କାରବାର କରିବାକୁ ପଡ଼ିବ  । ଯିଏ ଏହି ନିୟମ ନ ମାନିବେ ତାଙ୍କୁ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କମିଶନର ପୁଲିସ ଏ ନେଇ ଆଜି ମାର୍ଗଦର୍ଶିକା ଜାରି କରିଛି । ଆସନ୍ତାକାଲି ଅର୍ଥାତ୍ ମେ ୧ ତାରିଖରୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି ।  ସେହିପରି କୌଣସି ବ୍ୟକ୍ତି ବଜାର ଅଞ୍ଚଳରେ ପାନ-ଗୁଟଖା-ଖଇନି ଖାଇ ପାରିବେ ନାହିଁ କିମ୍ବା  ଛେପ ପକାଇ ପାରିବେ ନାହିଁ ।  ମେ ମାସ ୧ ତାରିଖରୁ ଭୁବନେଶ୍ୱର ଓ କଟକରେ ଲାଗୁ ହେବ । ଆଉ ଏହି ନିୟକୁ ଯିଏ ଉଲ୍ଲଂଘନ କରିବ ଓଡିଶା ସହରାଞ୍ଚଳ ଆଇନର ଧାରା ୯୬-ଡି ଅନୁସାରେ ୫ ଶହ ଟଙ୍କାର ତଣ୍ଡ ଗଣିବେ ସେହିପରି ଦୋକାନୀମାନଙ୍କ ପାଇଁ ମଧ୍ୟ କମିଶନରେଟ ପୁଲିସ ମାର୍ଗଦର୍ଶିକା ଜାରି କରିଛି । ମାସ୍କ ପିନ୍ଧି ନ ଥିବା କୌଣସି ବ୍ୟକ୍ତିଙ୍କୁ ଦୋକାନରେ ପ୍ରବେଶ ଅନୁମତି ଦେବେ ନାହିଁ । ଏହା ପାଳନ ନ କଲେ ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ ଏବଂ ଦୋକାନ ବନ୍ଦ କରି ଦିଆଯିବ । ପ୍ରତ୍ୟେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ  ସାନିଟାଇଜର ବ୍ୟବସ୍ଥା ବାଧ୍ୟତାମୂଳକ । ସବୁ ଦୋକାନ ମାଲିକ ନିଜ ଦୋକାନ ପରିସରରେ ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ । ବିଏମସି ଓ ସିଏମସିର ଅନୁମତି ପାଇନଥିଲେ ଦୁଇ ମହାନଗର ନିଗମ ଅଞ୍ଚଳରେ ଦୋକାନ ଖୋଲାଯାଇ ପାରିବ ନାହିଁ । ଏହାଛଡା ଦୋକାନ ଖୋଲିବା ପାଇଁ ଦିଆଯାଇଥିବା ସମୟ ନିର୍ଘଣ୍ଟକୁ କଡାକଡି ଭାବେ ପାଳନ କରିବେ ।  କେହି ସାମାଜିକ ଦୂରତା ନମାନିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ପଡ଼ିବ । ପୁଲିସକୁ ନଜଣାଇଲେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ସମାନ ଭାବେ ଦାୟୀ କରାଯିବ । ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ସର୍ବଦା ମାସ୍କ ପିନ୍ଧିବେ ।

Khansweb Solution Bhubaneswar

Leave A Reply

Your email address will not be published.