banner
Breaking

ରାଜଧାନୀରେ ଗଣ ବଳାତ୍କାର

0

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଣ ବଳାତ୍କାର। ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଓ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ବେଳେ ଅପରାଧୀ ମାନେ ଭିଆଇଛନ୍ତି ଅପରାଧ। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଟିଆ ନିକଟସ୍ଥ ଏକ ମାଛ ଦୋକାନରେ କାମ କରୁଥିବା ଦୁଇ ଭଉଣୀ ସୀମା (ଛଦ୍ମନାମ) ଯାହାଙ୍କର ବୟସ ୧୨ ବର୍ଷ ଓ ଲୀମା (ଛଦ୍ମନାମ) ଯାହାଙ୍କର ବୟସ ୧୪ ବର୍ଷ ବୁଲୁଥିବା ବେଳେ ଉଭୟଙ୍କୁ ଦୁଇ ଜଣ ଯୁବକ ଅପହରଣ କରି ରେଳ ଓଭରବ୍ରିଜ ତଳକୁ ନେଇ ବାନ୍ଧି ରଖିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟ ନାବାଳିକା ଆଜି ସକାଳେ ଘରକୁ ଫେରି ଏହି ବିଷୟ ଜଣାଇବା ପରେ ଚାଇଲଡ ଲାଇନ ସହାୟତାରେ ସରକାରୀ ରେଳବାଇ ପୁଲିସ (ଜିଆରପି) ଥାନାରେ ଏତଲା ଦିଆଯାଇଛି। ଏବେ ପୁଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Khansweb Solution Bhubaneswar

Leave A Reply

Your email address will not be published.