banner
Breaking

କରୋନା ପଞ୍ଝାରେ ରାଜଧାନୀ। ଆଜି ସର୍ବାଧିକ ୨୪୮ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୨୪।୭(ଓଡ଼ିଆ ନ୍ୟୁଜ):କରୋନା ପଞ୍ଝାରେ ରାଜଧାନୀ। ଭୁବନେଶ୍ୱରରୁ ଶୁକ୍ରବାର ପୁଣି ୨୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥରୁ ୨୦୭ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୪୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୧୭୧୭ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ଚିକିତ୍ସିତ ହେଉଛନ୍ତି।
ଆଜି ବିଜେବି ନଗର ମହିଷାଖାଲ ବସ୍ତିରୁ ସର୍ବାଧିକ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳ ଏକ ଘରୋଇ ହସ୍ପିଟାଲର ୨୭କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରରୁ ୨୦, ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ଗାନ୍ଧିବସ୍ତିରୁ ୬, ୟୁନିଟ-୩ ମାଳି କଲୋନୀରୁ ୫, ପାଣ୍ଡରା ଜିଜିପି କଲୋନୀରୁ ୫, ଲକ୍ଷ୍ମୀସାଗରରୁ ୫, ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪, ୟୁନିଟ-୧ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଆଇଆରସି ଭିଲେଜର ୨ଟି ଜାଗାରୁ ୬, ସାଲିଆସାହିରୁ ୩, ନୟାପଲ୍ଲୀରୁ ୩, ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.