banner
Breaking

ଭୁବନେଶ୍ୱରରେ ଆଜି ପୁଣି ୧୨୬ ପଜିଟିଭ ଚିହ୍ନଟ।

ରାଜଧାନୀବାସୀଙ୍କ ଚିନ୍ତା ବଢାଇଲା ଅଟାକଳ

0

ଭୁବନେଶ୍ୱର,୨୩/୭(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଆତଙ୍କ ଖେଳାଇଛି କରୋନା। ସମସ୍ତେ ଭୟରେ ଦିନ କାଟୁଛନ୍ତି। କାରଣ ପ୍ରତ୍ୟେକ ଦିନ ନୂଆ ନୂଆ ସ୍ଥାନରୁ ଚିହ୍ନଟ ହେଉଛନ୍ତି କରୋନା ଆକ୍ରାନ୍ତ। କେତେବେଳେ ପୋଷ୍ଟମ୍ୟାନ, ଡେଲିଭରି ବଏ,ପରିବା ଦୋକାନୀ,ମାଛ ବିକାଳୀ ତ ଆଉ କେତେବେଳେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଛି କରୋନା। ଭୁବନେଶ୍ୱରରୁ ଆଜି ଗୋଟିଏ ଦିନରେ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୩୩ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି । ସେଥିରୁ ୮୦୫ ସୁସ୍ଥ ହୋଇଥିବା ବେଳେ ୬୬୫ଜଣ ଚିକିତ୍ସାଧିନ ଅଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ତେବେ ଆଜି ଚିହ୍ନଟ ହୋଇଥିବା ୧୨୬ଆକ୍ରାନ୍ତ ମଧ୍ୟରୁ ମଂଚେଶ୍ୱରର ଏକ ଅଟାକଳରୁ ପୁଣି ୩୫ଜଣର ପିଜିଟିଭ ଆସିଛି । ସେମାନେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଗତକାଲି ଉକ୍ତ ଅଟାକଳରୁ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ମଂଚେଶ୍ୱରରେ ଏହି ସୁପରସ୍ପ୍ରେଡର ଏବେ ପ୍ରଶାସନ ପାଇଁ ଚିନ୍ତା ବଢାଇଛି । ସେହିପରି ୯ଜଣ ୭ମ ବାଟାଲିୟନ ଲିଙ୍କରେ ଆସ ଆକ୍ରାନ୍ତ ହୋଇଥିବା ବେଳେ ୭ଜଣ ୟୁନିଟ-୨, ୪ଜଣ ରସୁଲଗଡ଼ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ୩୩ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଜଣେ ପଟିଆର ଏକ ଷରୋଇ ହସପିଟାଲ କର୍ମଚାରୀ, ଜଣେ ଆଇଆରସି ଏନ-୬ର, ୨ଜଣ ୟୁନିଟ-୧, ଜଣେ ନୂଆପଲ୍ଲୀ ନୂଆସାହି, ଜଣେ ଏନ-୫, ଜଣେ ନୀଳାଦ୍ରିବିହାର, ୟନିଟ-୯, ୟୁନିଟ-୨, ଦୁଇଜଣ ୟୁନିଟ-୪ ଏମଏଲଏ କଲୋନୀ, ୟୁନିଟ-୩, ପୋଖରୀପୁଟ, ଚକେଇସିହାଣୀ ତ୍ରିନାଥ ମନ୍ଦିର ପାଖରୁ ଜଣେ, ଜଣେ ପଳାଶୁଣୀ ପ୍ରାଚୀ ବିହାର, ଜଣେ ସରକାରୀ ହସପିଟାଲ ସିକ୍ୟୁରିଟି ଗାର୍ଡ, ସୁଇସ ରୋଡ, ୪ଜଣ ଏକ ଘରୋଇ ହସପିଟାଲ କର୍ମଚାରୀ, ଜଣେ ଭରତପୁର, ଜଣେ ବୁଦ୍ଧେଶ୍ୱରୀ କଲୋନୀ, ଜଣେ ଶହୀଦନଗର, ୨ଜଣ ମଂଚେଶ୍ୱର ଶିଳ୍ପାଚଂଳ, ଜଣେ ଅଶୋକ ନଗର, ଜଣେ ଫରେଷ୍ଟ ପାର୍କ, ୨ଜଣ ଆଉ ଏକ ହସପିଟାଲର କର୍ମଚାରୀ, ଜଣେ ଗୋପବନ୍ଧୁ ନଗର ବସ୍ତିର, ଜଣେ ସିବିଆଇ କଲୋନୀ ଓ ଜଣେ ବାୟାବାବା ସାହି ଭୋଇନଗରର ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଆଜି ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.