banner
Breaking

କମିଶନରେଟ ପୋଲିସରେ ଅଦଳ ବଦଳ।

0

ଭୁବନେଶ୍ୱର:କମିଶନରେଟ୍‌ ପୋଲିସ ପକ୍ଷରୁ ୯ଜଣ ଏସିପିଙ୍କ ଅଦଳବଦଳ କରାଯାଇଛି। କଟକ ଜୋନ୍‌-୧ ଏସିପି ଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଭୁବନେଶ୍ୱର ଜୋନ୍‌-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଜୋନ୍‌-୨କୁ ବଦଳି କରାଯାଇଛି। ସେହିଭଳି କମିଶନରେଟ୍‌ ପୋଲିସ୍‌ ମୁଖ୍ୟାଳୟରେ ଥିବା ରବୀନ୍ଦ୍ରନାଥ ଶତପଥୀଙ୍କୁ ଭୁବନେଶ୍ୱର ଜୋନ୍‌-୪କୁ ବଦଳି କରାଯାଇଥିବାବେଳେ ପ୍ରକାଶ ଚନ୍ଦ୍ର ପାଲ୍‌ଙ୍କୁ ଜୋନ୍‌-୬କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୪ରେ ଥିବା ଅମରେନ୍ଦ୍ର ପଣ୍ଡାଙ୍କୁ କଟକ ଜୋନ୍‌-୧କୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୬ରେ ଥିବା ତରୁଣ କୁମାର ଦାସଙ୍କୁ ସିପି ମୁଖ୍ୟାଳୟକୁ ବଦଳି କରାଯାଇଛି। କମିଶନରେଟ୍‌ ମୁଖ୍ୟାଳୟ ଏସିପି (କ୍ରାଇମ୍‌) ପି. ଚନ୍ଦ୍ର ବଡ଼ଜେନାଙ୍କୁ କଟକ ଜୋନ୍‌-୩କୁ ବଦଳି କରାଯାଇଛି। ପୋଲିସ୍‌ କମିଶନରେଟ ମୁଖ୍ୟାଳୟରେ ଥିବା ଅନିଲ କୁମାର ବେଉରିଆଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି। ଭୁବନେଶ୍ୱର ଜୋନ୍‌-୨ରେ ଥିବା ସୁବାସ ଚନ୍ଦ୍ର ପଣ୍ଡା ସିପି ମୁଖ୍ୟାଳୟକୁ ବଦଳି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.