banner
Breaking

ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ।

0

ଭୁବନେଶ୍ୱର,୩/୧୨(ଓଡ଼ିଆ ନ୍ୟୁଜ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକର ମିଳିତ ଆନୁକୂଲ୍ୟରେ ୨୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ଦୁଇଦିନିଆ ନିଶୁଳ୍କ ପରିମାପ ଶିବିର ନୟାପଲ୍ଲୀସ୍ଥିତ ରେଡ୍ ସ୍ୱସ୍ତିକ ସୋସାଇଟି ଓ ସିମ୍ପଲି କେୟାର କ୍ଲିନିକ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରେଡ୍ ସ୍ୱସ୍ତିକ ସୋସାଇଟିର ମୁଖ୍ୟ ବିଜୟ ଆଚାର୍ଯ୍ୟ, ସଚିବ ତଥା କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ସିମ୍ପଲି କେୟାର କ୍ଲି୍ନିକର ନିର୍ଦ୍ଦେଶକ ଡା.ନିମାଇଁ ଚରଣ ପରିଜା, ଉପଦେଷ୍ଟା ଏବଂ ଅସ୍ଥିଶଲ୍ୟ ଚିକିତ୍ସକ ଡା. ସ୍ମରଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥଲେ । ଭିନ୍ନକ୍ଷମମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ବହୁ କଲ୍ୟାଣକାରୀ ଯୋଜନା ମାନ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ମତପ୍ରକାଶ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.