banner
Breaking

ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଯୁବକ ମୃତ୍ୟୁ। ଏହା ଦୁର୍ଘଟଣା ନା ହତ୍ୟା ସନ୍ଦେହରେ ସମସ୍ତେ।

0

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାର ଅଞ୍ଚଳରୁ ଜଣେ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳ ସୁନୀଲ ସେଠୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ପଚରାଉଚରା କରିବା ସହ ତଦନ୍ତ ଜାରି ରହିଛି। ପୋଲିସ ଏହାକୁ ଦୁର୍ଘଟଣା କହୁଥିବା ବେଳେ ସାଇଣ୍ଟିଫିକ ଟିମ ସନ୍ଦେହ ଘେରରେ ଅଛି। ବାସ୍ତବରେ ଏହା ଦୁର୍ଘଟଣା ନା ହତ୍ଯା ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସୂଚନା ଅନୁସାରେ ପୁରୀ ବ୍ରହ୍ମଗିରି ଅଞ୍ଚଳର କାର ଡ୍ରାଇଭର ସୁନିଲ ସେଠୀଙ୍କୁ ଏସ କେ ଖାନ ଗୁଡୁ ଟ୍ରାଭେଲ୍ସରୁ ଶ୍ରୀବିହାର ଭଡ଼ା ନେଇ ଆସିଥିଲେ। ତାଙ୍କ ସହିତ ଝିଅ ଆସିଥିଲେ। ଖାନ ଝିଅକୁ ଛାଡି ଉକ୍ତ ଗାଡ଼ିରେ କଟକ ଫେରିଥାଆନ୍ତେ। ଉଭୟ ଓହ୍ଲାଇ ଘର ଭିତରକୁ ଯାଇଥିଲେ। ସୁନିଲ କହିଲା ଆପଣ ଆସନ୍ତୁ ମୁଁ ଗାଡି ବୁଲାଇ ରଖୁଛି। ଖାନ ଘରୁ ଫେରି ଦେଖିଲା ବେଳକୁ ଗାଡି ଅଛି ସୁନିଲ ନାହିଁ। କାଳେ ଦୋକାନ ଆଡେ ଯାଇଥିବ ଭାବି ଖୋଜିବାକୁ ଯାଇଥିଲେ। ଏଣେତେଣେ ଖୋଜିବାପରେ ତା ମୋବାଇଲକୁ କଲ କରିଥିଲେ। ରିଙ୍ଗ ହୋଇଥିଲା କିଛି ଜବାବ ମିଳି ନଥିଲା। ସେ ଅନ୍ୟ ଅନଲାଇନ କାରରେ କଟକ ଚାଲିଯିବା ସହ ଟ୍ରାଭେଲ୍ସକୁ ଜଣାଇଥିଲେ। ପୁରୀରୁ ଅନ୍ୟ ଜଣେ ଡ୍ରାଇଭର ଆସି ଗାଡିଟିକୁ ନେଇଯାଇଥିଲେ। ସକାଳୁ ଲୋକମାନେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକ ସଦଳବଳେ ପହଞ୍ଚି ଛାନଭିନ୍ କରିଥିଲେ। ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ କରି ଏକ ୧୮୦ ଏମ ଏଲର ବିଦେଶୀ ମଦ ବୋତଲ ଓ ପଥରରେ ଲାଗିଥିବା ଚୁଟି ଏବଂ ଅନ୍ୟାନ୍ୟ ନମୁନା ସ°ଗ୍ରହ କରିଥିଲେ। ଘଟଣା ସ୍ଥଳରେ ଏସିପି ତରୁଣ କାନ୍ତ ଦାସ ପହଞ୍ଚି ଫରେନ୍ସିକ ଟିମ ଓ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଓ ଅନ୍ୟମାନେ ନିଶାରେ ପଡି ଯାଇଥିବାର କହୁଥିଲା ବେଳେ ଫରେନ୍ସିକ ଅଧିକାରୀ ମୁଣ୍ଡରେ ହୋଇଥିବା କ୍ଷତକୁ ନେଇ ସନ୍ଦେହ କରୁଥିଲେ। ଠିକ୍ ଏତିକିବେଳେ ଡିସିପି ଅନୁପ ସାହୁ ପହଞ୍ଚି ଉଭୟଙ୍କ କଥ ଶୁଣି ଓ ଅନୁଧ୍ୟାନ କରି ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶବ ବ୍ୟବଛେଦ ପରେ ଏହା ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ଯା ତାହା ପଦାକୁ ଆସିବ।

Khansweb Solution Bhubaneswar

Leave A Reply

Your email address will not be published.