banner
Breaking

କୃତି ଛାତ୍ରଛାତ୍ରୀଙ୍କୁ ୧୨ଲକ୍ଷ ୫୩ ହଜାର ପୁରସ୍କାର ରାଶି ପ୍ରଦାନ। ଆଲେନ୍ ପକ୍ଷରୁ ଟ୍ୟାଲେଣ୍ଟକ୍ସ ମହୋତ୍ସବ।

0

ଭୁବନେଶ୍ୱର୧/୧୨(ଓଡ଼ିଆ ନ୍ୟୁଜ) ଓଡ଼ିଶାର ଅଗ୍ରଣୀ କ୍ୟାରିଅର ନିର୍ମାଣ ଶିକ୍ଷାନୁଷ୍ଠାନ “ଆଲେନ୍” ପକ୍ଷରୁ ଟ୍ୟାଲେଣ୍ଟକ୍ସ ବୃତ୍ତି ପ୍ରଦାନ ମହୋତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦକ,ମାନପତ୍ର ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଆଲେନ୍ ତରଫରୁ ଗତ ଅକ୍ଟୋବର ୨୦ ତାରିଖରେ ବିଭିନ୍ନ ବିଦ୍ୟାଳୟରେ ପଞ୍ଚମ ଠାରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଶତକଡା ୯୦ ଭାଗରୁ ଅଧିକ ନମ୍ବର ରଖିଥିବା ୮ ହଜାର ୫୦୦ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ। ଆଜି ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଆଲେନ୍ ର ବରିଷ୍ଠ ଉପସଭାପତି ସି ଆର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ପିଲାମାନଙ୍କର ଅନ୍ତନିର୍ହିତ ପ୍ରତିଭାର ପରିପ୍ରକାଶ। ଯାହାକୁ ପିଲାମାନେ ସୁନ୍ଦର ଭାବରେ ପରିବେଷଣ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲର ବିଜ୍ଞାନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅନୁଷ୍ଠାନର ଶାଖା ମୁଖ୍ୟ ଅନୁରାଗ ମିଶ୍ର ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.