banner
Breaking

ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ।

0

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ ଉକ୍ତ ହୋଟେଲରୁ ୬ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାେରେ ଉଦ୍ଧାର କରିବା ସହ ୨ ଜଣ ଦଲାଲ, ଜଣେ ଗ୍ରାହକ ଏବଂ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି। ଦଲାଲ ୨ ଜଣ ହେଲେ ଏମ୍‌ଡି ନିହାର ଏବଂ ଏମ୍‌ଡି ସେହଓ୍ବାଜ୍‌। ସେହି ହୋଟେଲରୁ ପୋଲିସ କିଛି ଆପତ୍ତିଜନକ ସାମଗ୍ରୀ ଓ ଏକ କାର ଜବତ କରିଛି। ଉଦ୍ଧାର କରିଥିବା ଯୁବତୀମାନଙ୍କୁ ପ୍ରଥମେ ଡାକ୍ତରୀମାଇନା ପରେ ସର୍ଟଷ୍ଟେ ହୋମକ୍‌ୁ ପଠାଇଛି। ସୂଚନାଯୋଗ୍ୟ, ଏହି ସେକ୍ସ ର଼୍ୟାକେଟ ଅନଲାଇନ ମାଧ୍ୟମରେ ଚାଲିଥିବା ଜଣାପଡିଛି। ଓଡ଼ିଶାର ମୁନ୍ନା ବୋଲି ଜଣେ ଦଲାଲ ବଙ୍ଗୀୟ ଯୁବତୀମାନଙ୍କୁ ଭୁବନେଶ୍ୱର ଆଣି ହୋଟେଲରେ ରଖି ଦେହ ବ୍ୟବସାୟ ଚଳାଉଥିଲେ। ଯୁବତୀମାନେ ପ୍ରତିଦିନ ୭ ହଜାର ଟଙ୍କା ନେଉଥିଲେ ଏବଂ କାରରେ ଗ୍ରାହକଙ୍କ ପାଖକୁ ଯାଉଥିଲେ। ଏହିଭଳି ୩ ଦିନ ତଳେ ଦଲାଲ ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲର ଦୁଇଟି ରୁମ୍‌ ବୁକ୍‌ କରିଥିଲେ। ସେଠାକୁ ଜଣେ ଗ୍ରାହକ ଯାଇଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ହୋଟେଲ ଉପରେ ଚଢାଉ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.