banner
Breaking

ସ୍ପିରିଚୁଆଲ ଏକାଡ଼େମୀ (ଆଧ୍ୟାତ୍ମିକ ବିଦ୍ୟାପୀଠ)ରେ ଛାତ୍ରଛାତ୍ରୀଙ୍କୁ ସ୍ମରଣଶକ୍ତି ବୃଦ୍ଧିର ଉପାୟ ବତାଇଲେ ବିଶେଷଜ୍

0

ଭୁବନେଶ୍ୱର,୨୪/୧୧(ଓଡ଼ିଆ ନ୍ୟୁଜ) :  ଭାରତବର୍ଷର ଆତ୍ମା ହେଉଛି ଆଧ୍ୟାତ୍ମିକତା ଓ ଏହାର ପ୍ରଚାର ପ୍ରସାର ତଥା ଏହି ଭାବ ନିଜ ଭିତରେ ଉଦ୍ରେକ କରିବା ଲାଗି ସମସ୍ତଙ୍କୁ ସଚେତନ କରାଇବା ଦିଗରେ ଅହରହ ଉଦ୍ୟମ ଚଳାଇଥିବା ସ୍ପିରିଚୁଆଲ ଏକାଡ଼େମୀ (ଆଧ୍ୟାତ୍ମିକ ବିଦ୍ୟାପୀଠ)ପକ୍ଷରୁ ପିଲାମାନଙ୍କର ସ୍ମରଣଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚଳିତ ମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୌଣସି ପାଠକୁ ଘୋଷି ନୁହେଁ, ମନେ ରଖିବାର କୌଶଳ ବଳରେ ତାକୁ ସ୍ମରଣ କରି କିଭଳି କାମରେ ଲଗାଯାଇପାରିବ, ସେ ସମ୍ପର୍କରେ ବିଶେଷଜ୍ଞମାନେ ଛାତ୍ରଛାତ୍ରୀମାନଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ ।

ଦୁଇଦିନ ପର୍ଯ୍ୟନ୍ତ ୯ଟାରୁ ୧ଟା ଯାଏ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ଷଷ୍ଠ ଶ୍ରେଣୀରୁ ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ୍ ହୋଇଥିଲେ । ଗୁୁରୁ ଦିବ୍ୟାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ସାଧ୍ୱୀ କୃଷ୍ଣାନନ୍ଦ ଓ ପ୍ରସିଦ୍ଧ ମେମୋରି ଜିନିୟସ୍ ବିରେନ୍ଦ୍ର ମେହେଟ୍ଟା ଛାତ୍ରଛାତ୍ରୀମାନଙ୍କୁ ମନେ ରଖିବାର କୌଶଳ ସାଙ୍ଗକୁ ମାନସିକ ଚାପରୁ ମୁକ୍ତି ପାଇଁ ମାର୍ଗଦର୍ଶନ କରିଥିଲେ । ଭୁବନେଶ୍ୱର ନୂଆଗାଁ ଛକ (ପେଟ୍ରୋଲ ପମ୍ପ ନିକଟ)ରେ ଥିବା ସ୍ପିରିଚୁଆଲ ଏକାଡ଼େମୀ (ଆଧ୍ୟତ୍ମିକ ବିଦ୍ୟାପୀଠ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଏଥିରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ର ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସେମାନଙ୍କ ଲାଗି ଉପାଦେୟ ହେବ ଏବଂ ଏହାକୁ ସେମାନେ ଶିକ୍ଷାଗ୍ରହଣରେ ଉପଯୋଗ କରିବେ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଆଧ୍ୟାତ୍ମିକ ବିଦ୍ୟାପୀଠ ବେଦ, ଉପନିଷଦ, ସ୍ମୃତିଶାସ୍ତ୍ର, ପାଙ୍ଗ, ସଂହିତା ଓ କର୍ମକାଣ୍ଡ ଶିକ୍ଷାଦାନ ସାଙ୍ଗକୁ ଯୋଗ, ଧ୍ୟାନ, ପ୍ରାଣାୟମ ଓ ବୌଦ୍ଧିକ ଶିକ୍ଷା ଦେଇ ଆସୁଅଛି । ସେହିପରି ଏଠାରେ ପ୍ରତ୍ୟହ ରୁଦ୍ରାଭିଷେକ ସହିତ ୭୨୦୦ ଶାଳଗ୍ରାମ ସ୍ନାନ କରାଯାଉଛି ଓ ମାନସିକ ଚାପ ପରିଚାଳନା ମଧ୍ୟ ଏହି କାର୍ଯ୍ୟ କରିଆସୁଛି ।

Khansweb Solution Bhubaneswar

Leave A Reply

Your email address will not be published.