banner
Breaking

ଜୟ ଓଡ଼ିଶାର ଅଭିନବ ପ୍ରୟାସ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟର ଏକ ଅଗ୍ରଣୀ ସ୍ଵଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଜୟ ଓଡ଼ିଶା ସବୁବେଳେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଲୋକମାନଙ୍କୁ ପ୍ରାଧାନ୍ୟ ଦେଇଆସୁଛି। କେତେବେଳେ ବସ୍ତିବାସିନ୍ଦା, କେତେବେଳେ ମେହେନ୍ତର ଆଉ କେତେବେଳେ ଦେଶର ଭବିଷ୍ୟତ କୁନିକୁନି ପିଲାମାନଙ୍କ ଉପରେ ଏବଂ ନାରୀ ସଶକ୍ତିକରଣ ସହିତ ସୁସ୍ଥ ସମାଜ ଗଠନରେ ନୂଆ ପ୍ରୟାସ ଜାରି ରଖିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜୟ ଓଡ଼ିଶା ସାମ୍ବାଦିକଙ୍କ ପ୍ରଚ୍ଛଦପଟରେ ଥିବା ପରିବାର ବର୍ଗଙ୍କୁ ସମ୍ମାନୀତ କରି ଏକ ନୂଆ ପରମ୍ପରା ସୃଷ୍ଟି କରିଛି । ପ୍ରତ୍ୟେକ ସାମ୍ବାଦିକ ନିଜର ପରିବାରକୁ ଅବହେଳା କରି ଖବର ସ°ଘ୍ରହ କରିବା ପାଇଁ ଆଗେଇ ଆସନ୍ତି। ସେମାନଙ୍କ ପରିବାର ଏହାକୁ ଆଖିବୁଜି ସହଯୋଗ କରିଥାନ୍ତି। ବାସ୍ତବରେ ପରିବାର ଲୋକଙ୍କ ସହନଶୀଳତା ଧର୍ଯ୍ୟ ପାଇଁ ସେମାନଙ୍କୁ କୃତଜ୍ଞତା ସମ୍ମାନ ଜଣାଇଲେ ଏହା ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ବେଶ ପ୍ରେରଣାଦାୟକ ହେବ ।
ଆଜି ଜାତୀୟ ଗଣମାଧ୍ୟମ ଦିବସକୁ ଜୟ ଓଡ଼ିଶା ଏକ ଭିନ୍ନ ଓ ଅଭିନବ ଉପାୟରେ ପାଳନ କରିଛି, ଯେଉଁଥିରେ ପାଖାପାଖି ୭୦ ଜଣ ସାମ୍ବାଦିକ ଓ ସାମ୍ବାଦିକା ଏବଂ ସେମାନଙ୍କ ପରିବାରକୁ ମଞ୍ଚରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମଟି ବିଶେଷ ଭାବେ ସେମାନଙ୍କ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଉତ୍ସର୍ଗକୃତ ଥିଲା। ପ୍ରତିଟି ମଣିଷର ସଫଳତା ପଛରେ ସେ ପରିବାରର ପ୍ରଚ୍ଛଦପଟ୍ଟ ହାତ ରହିଛି।
ଜୟ ଓଡ଼ିଶାର ଏଭଳି ପ୍ରୟାସକୁ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ କରିବା ସହ ପ୍ରସଂଶା କରିଛନ୍ତି

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ କମିଶନର ତଥା ଜୟ ଓଡ଼ିଶାର ଆବାହକ ଅରୂପ ପଟନାୟକ, ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ,ଉପଦେଷ୍ଟା ଉମାନାଥ ମିଶ୍ର, ନାରାୟଣ ମହାପାତ୍ର ପ୍ରମୁଖ ଅତିଥି ମାନେ ଯୋଗ ଦେଇଥିଲେ।

ଜୟ ଓଡ଼ିଶା ସଭାପତି, ରୁଦ୍ର ନାରୟଣ ସାମନ୍ତରାୟଙ୍କ ମତରେ “ସାମ୍ବାଦିକତା କାହା ପାଇଁ ନିଶା ଏବଂ ପେଶା ହୋଇଥିଲେ ମଧ୍ୟ ଏକାଧାରାରେ ସାମ୍ବାଦିକତା ଆଦୌ ସହଜ ନୁହେଁ। ଏଥିପାଇଁ ପରିବାରର ନିରବଚ୍ଛିନ୍ନ ସହଯୋଗ ଓ ଆଶୀର୍ବାଦ ଅତ୍ୟନ୍ତ ଜରୁରୀ ଅଟେ। ଏକ ସାମ୍ବାଦିକ କିମ୍ବା ସାମ୍ବାଦିକା ବନ୍ଧୁଙ୍କୁ ଦିନ ରାତି ଚିନ୍ତାହିନ ହୋଇ ସମାଜ ପାଇଁ କାମ କରିବାରେ ପରିବାରର ଯୋଗଦାନ ନିହାତି ଭାବେ ରହିଛି। ସେମାନଙ୍କୁ ଶାରୀରିକ ତଥା ମାନସିକସ୍ତରରେ ପ୍ରତିଦିନ ପ୍ରସ୍ତୁତ କରିବାରେ ପରିବାର ହାତ ରହିଥାଏ। ତେଣୁ ସମସ୍ତ ସାମ୍ବାଦିକ ଭାଇ ଏବଂ ଭଉଣୀମାନଙ୍କ ପରିବାରର ସମସ୍ତ ସଦସ୍ୟ ଚିରନମସ୍ୟ ଅଟନ୍ତି। ଏହି କାର୍ଯ୍ୟକ୍ରମକୁ ଜୟ ଓଡିଶା ପରିବାରର ପ୍ରସନ୍ନ ପାଣି,ସୌରଭ,ବିବେକ, ରାଜା, ତନୁ, ଦିବ୍ୟରଞ୍ଜନ,ପ୍ରତିଶ୍ରୁତି, ସୂଚୀ,ଅରିନ୍ଦମଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.