banner
Breaking

ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ

0

ଭୁବନେଶ୍ୱର : ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି ଓଡ଼ିଶାରେ ପ୍ରବେଶ କରିଛି । ଏହି ବଜାରପ୍ରବେଶ ଅବସରରେ କମ୍ପାନିର କଣ୍ଟ୍ରି ହେଡ ନରେନ୍ଦ୍ର ଶ୍ରୀବାସ୍ତବ, ଆଞ୍ଚଳିକ ମୁଖ୍ୟ ନାଗରାଜନ, ନିର୍ଦ୍ଦେଶକ ଆର.ବି. ଠାକୁର, ବିକ୍ରମ କେଶରୀ ସାହୁ, ରାଜୀବ ଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବ୍ରାଣ୍ଡ ସଂପର୍କରେ ଲୋକମାନଙ୍କୁ କହିଥିଲ । ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଓଡ଼ିଶା ପାଇଁ କମ୍ପାନିର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି ।

ପ୍ରାୟ ୭୦ ବର୍ଷର ଏହି କମ୍ପାନିର ମଧ୍ୟପୂର୍ବରେ ନିଜସ୍ୱ ଉତ୍ପାଦନ କେନ୍ଦ୍ର ରହିଥିବାବେଳେ ଭାରତ ସମେତ ୨୮ଟି ଦେଶରେ ନିଜର ଉତ୍ପାଦ ବିକ୍ରି କରୁଛି । ଭୁବନେଶ୍ୱରରେ ଏହା ୩ଟି ପ୍ରଡକ୍ଟ ସେଲୋଜିଆ, ଡ.ନିମ ଓ ମାକ୍ୱି ସୁପର ଷ୍ଟକିଷ୍ଟ ରେଭାଜ୍‌ ଗ୍ଲୋବାଲ ପ୍ରା ଲିଃ ମାଧ୍ୟମରେ ଲଞ୍ଚ୍‌ କରିଛି । ଏସବୁ ପ୍ରଡକ୍ଟ ପ୍ରମୁଖ ସୁପରମାର୍କେଟ, ଏଫଏମସିଜି ଷ୍ଟୋର ଗୁଡ଼ିକରେ ଉପଲବ୍ଧ ହେବ ।
ଏହି ଅବସରରେ କମ୍ପାନିର କଣ୍ଟ୍ରି ହେଡ ନରେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ ସମାଜର ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ ଚାହିଦା, ବ୍ୟବହାର, କ୍ରୟ କ୍ଷମତାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ବଜାରକୁ ଛଡାଯାଇଛି । ଆଗାମୀ ୩ ମାସ ମଧ୍ୟରେ କମ୍ପାନି ଭାରତର 10 ଟି ରାଜ୍ୟରେ ନିଜର ପ୍ରଡକ୍ଟ ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ଅନୁ ଚୌଧୁରୀ କହିଛନ୍ତି ଯେ ଆଲିଆଞ୍ଜ ପ୍ରଡକ୍ଟର ସବୁଠାରୁ ଭଲ ଗୁଣ ହେଉଛି ଯେ ସେଗୁଡ଼ିକ ପାରାବେନ ମୁକ୍ତ । ଏହି ପ୍ରଡକ୍ଟଗୁଡ଼ିକର ଗୁଣମାନ ବେଶ ଉଚ୍ଚକୋଟୀର ଓ ସୁଲଭ ମୂଲ୍ୟରେ ମିଳେ ।
ସେଲୋଜିଆ, ଡ.ନିମ, ମିଃ ଡାର୍ଲି, ମାକ୍ୱି ଓ ଡିଭାଇନ କେୟାର ଆଦି ବିଭିନ୍ନ ବ୍ରାଣ୍ଡରେ ପ୍ରଡକ୍ଟ ବିକ୍ରି କରୁଥିବା ଆଲିଆଞ୍ଜ କମ୍ପାନି ନିଜର ଉତ୍ତମ ଗୁଣବତ୍ତା, ପାରାବେନ ରସାୟନ ମୁକ୍ତ ଓ ସୁଲଭତା ପାଇଁ ପରିଚିତ ।
ଅନ୍ୟପକ୍ଷରେ, କମ୍ପାନି ମାକ୍ୱି ବ୍ରାଣ୍ଡରେ ଅନ୍ତର୍ଜତୀୟ ମାନର ଓ ସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଏ । ଏହି ବ୍ରାଣ୍ଡରେ ବିକ୍ରି ହେଉଥିବା ସାମଗ୍ରୀ ମଧ୍ୟରେ ରହିଛି ଡ୍ରାଏ ଫୁଡ, ହେଲଦି ସିଡ୍‌, ଟ୍ରେଲ ମିକ୍ସ,ପାର୍ବଣ ପାଇଁ ଗିଫ୍ଟ ହାମ୍ପର ଆଦି । ଦେଶର ସବୁ ପ୍ରମୁଖ ଷ୍ଟୋରରେ ଏହି ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଛି ।

Khansweb Solution Bhubaneswar

Leave A Reply

Your email address will not be published.