banner
Breaking

ଜୟ ଓଡ଼ିଶା ବସ୍ତି ପିଲାଙ୍କ ସହ ପାଳିଲା ଶିଶୁ ଦିବସ।

0

ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ) ଶିଶୁ ହସିଲେ ଦୁନିଆ ହସିବ। ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ବସ୍ତି ଅଞ୍ଚଳର ଶିଶୁଙ୍କ ସହ ଶିଶୁ ଦିବସ ପାଳିଲେ ରାଜଧାନୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶାର କର୍ମକର୍ତ୍ତା । ସହରର ପ୍ରାୟ  ୭ଟି ବସ୍ତିର ପାଖାପାଖି ୫୦୦ ଶିଶୁଙ୍କ ସହ ପାଳିଲେ ଶିଶୁ ଦିବସ । କାର୍ଯ୍ୟକ୍ରମ ଅବସରରେ ବହି ଖାତା ବଣ୍ଟନ, ଡେଣ୍ଟାଲ ଚେକ୍‌ ଅପ୍‌ ସହ ମ୍ୟାଜିକ୍‌ ଶୋ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟ ଓଡ଼ିଶା କର୍ମକର୍ତ୍ତାଙ୍କ ବ୍ୟତୀତ ଜୟ ଓଡ଼ିଶାର ପଥ ପ୍ରଦର୍ଶକ ପୂର୍ବତନ ପୋଲିସ କମଶନର ମୁମ୍ବାଇ ଅରୂପ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ମତରେ ” ଏହି କୁନି କୁନି ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଏମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବା ନିମନ୍ତେ ଉତ୍ତମ ପଥ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଆମ୍ଭର ଦାୟିତ୍ୱ । ସମାଜସେବୀ ପ୍ରସନ୍ନ ପାଣି ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.