banner
Breaking

ବଡ଼ିବ ନାହିଁ ବିଧାୟକ ପାଣ୍ଠି,୨୦୧୮-୧୯ ଟଙ୍କା ପଡି ରହିଛି।

0

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବିଧାୟକମାନଙ୍କ ପାଣ୍ଠି ବୃଦ୍ଧି କରିବା ନେଇ ରାଜ୍ୟ ସରକାର କୌଣସି ଚିନ୍ତା କରି ନାହାନ୍ତି। ଏନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ। ବାରମ୍ବାର ବିଧାୟକମାନେ ସେମାନଙ୍କ ପାଣ୍ଠି ବୃଦ୍ଧି ପାଇଁ କହିଆସୁଥିଲେ ମଧ୍ୟ ଏନେଇ କିଛି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି। ଅନ୍ୟପଟେ ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ଯେତିକି ବିଧାୟକ ପାଣ୍ଠି ଏବଂ ସ୍ପେଶାଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ(ଏସ୍‌ଡିପ) ପାଇଁ ପାଣ୍ଠିର ବ୍ୟୟ ବରାଦ ହୋଇଥିଲା ତାହା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରି ନ ଥିବା ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବିଧାନସଭା ସଦସ୍ୟ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା କହିଛନ୍ତି, ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ଏମ୍‌ଏଲ୍‌ଏ ଲାଡ୍‌ ପାଇଁ ୧୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ସେଥିରୁ ୫୬.୫୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୭୩.୫୦କୋଟି ଟଙ୍କା ପଡିରହିଛି। ସେହିପରି ଏସ୍‌ଡିପି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୭୩.୫୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରୁ ଗତ ଆର୍ଥିକ ବର୍ଷରେ ମାତ୍ର ୨୯.୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇପାରିଛି। ଏସ୍‌ଡିପି ପାଇଁ ବ୍ୟୟବରାଦ ଅନୁଦାନରୁ ମଧ୍ୟ ୪୪କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.