banner
Breaking

କେବିସି ହଟ୍ ସିଟରେ ୧୫ ତାରିଖ ଶୁକ୍ରବାର ବସିବେ ଅଚ୍ୟୁତ ସାମନ୍ତ।

0

ଭୁବନେଶ୍ୱର, ୧୩ା୧୧- ସୋନି ଟିଭିରେ ପ୍ରସାରିତ ରିୟଲିଟି ଶୋ’ କୌନ ବନେଗା କରୋଡପତି (କେବିସି)ରେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଭାଗ ନେଇଛନ୍ତି। ଆସନ୍ତା ୧୫ ତାରିଖ ଶୁକ୍ରବାର ରାତି ୯ଟାରେ ଏହା ପ୍ରସାରିତ ହେବ। ଏକ ସ୍ପେଶାଲ ଏପିସୋଡ ‘କର୍ମବୀର’ରେ ଅଚ୍ୟୁତଙ୍କ ସହ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ହଟ୍‌ ସିଟ୍‌ରେ ବସିବେ। ଏହି ଶୋ’ରେ ଅମିତାଭ ବଚ୍ଚନଙ୍କ ବିଭିନ୍ନ ପ୍ରଶ୍ନ ଜରିଆରେ ଏମ୍‌ପି ସାମନ୍ତଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜାଣିବାକୁ ମିଳିବ। ଏମ୍‌ପି ମଧ୍ୟ ନିଜ ସଂଘର୍ଷ ବିଷୟରେ କହିଛନ୍ତି। ଏହି ଅବସରରେ ସେ ଅମିତାଭ ବଚ୍ଚନଙ୍କୁ ଓଡିଶାର ପ୍ରସିଦ୍ଧ ଛେନାପୋଡ ଓ କିସ୍‌ ଛାତ୍ରୀଛାତ୍ରଙ୍କ ତରଫରୁ ପ୍ରସ୍ତୁତ ପେଣ୍ଟିଂ ପ୍ରଦାନ କରିବେ। ଅଚ୍ୟୁତ ସାମନ୍ତଙ୍କ ସହିତ ଇତି ସାମନ୍ତ ଓ ତାଙ୍କ ପରିବାର ଉପସ୍ଥିତ ରହିବେ।

Khansweb Solution Bhubaneswar

Leave A Reply

Your email address will not be published.