banner
Breaking

ଟିଜି ଟ୍ରଷ୍ଟ ପକ୍ଷରୁ ଅନୁଭବଙ୍କ ଗିରଫ ଦାବି।

0

ଭୁବନେଶ୍ୱର,(ବ୍ୟୁରୋ)ଏକ ଘରୋଇ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଟିଜି ସୁରକ୍ଷା ଟ୍ରଷ୍ଟର କିନ୍ନରମାନେ ରବିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ସାମ୍ବାଦିକଙ୍କୁ ପରିହାସ ଗ୍ରହଣୀୟ ନୁହେଁ ଏବଂ ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ବୋଲି ସେମାନେ କହିଛନ୍ତି। ସଂଘ ପକ୍ଷରୁ ସାଂସଦଙ୍କୁ ଗିରଫ କରିବା ପାଇଁ ଦାବି ସହ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ଦାବି କରାଯାଇଛି। ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ନେତୃତ୍ୱରେ ଶହଶହ କିନ୍ନର ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକାଠି ହୋଇ ଦୃଢ଼ ପ୍ରତିବାଦ କରିବା ସହିତ ଗିରଫ ନକରାଗଲେ ଅନୁଭବଙ୍କ ବାସଭବନ ଘେରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ବବି,ବାଲୁଗାଁର ପୁନମ, ଛତ୍ରପୂରର ରାଜଶ୍ରୀ, ସୋନମ,ଅନୁଷ୍କା,ରୀନା, ମମତା କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.