banner
Breaking

ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

0

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବା ପରେ ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି ହୋଇଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିଜିପି ବିଜୟ କୁମାର ଶର୍ମା ଏହା କହିଛନ୍ତି। ସେ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳା ଓ ସଦ୍‌ଭାବନା ବଜାୟ ରଖିବାକୁ ପୋଲିସ ସଜାଗ ରହିଛି। ଓଡ଼ିଶା ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି। ସମ୍ବେଦନଶୀଳ ଜିଲାରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ଅଛନ୍ତି। ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇଛି। ଉତ୍ତେଜନାମୂଳକ ଟ୍ବିଟ କିମ୍ବା ପୋଷ୍ଟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଶର୍ମା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.