banner
Breaking

କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଶିଖରଚଣ୍ଡୀ ମନ୍ଦିର ସଫେଇ ।

0

ଭୁବନେଶ୍ୱର, ୨/୧୧ : କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଆଜି ଶିଖରଚଣ୍ଡୀ ମନ୍ଦିର ଚତୁଃପାର୍ଶ୍ୱ ସଫା କରାଯାଇଛି । ଏଥିରେ ମନ୍ଦିର ଆଖପାଖ ପରିସରଗୁଡ଼ିକ ସଫାସୁତୁରା ରଖିବା ସହ ଆମର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହା ଏକ ଦେବୀପୀଠ ହୋଇଥିଲାବେଳେ ବିଭିନ୍ନ ସମୟରେ ବଣଭୋଜି କରିବା ପାଇଁ ଆସୁଥିବା ଯୁବକମାନେ ଏଠାରେ ମଦ୍ୟପାନ କରି ଏଣେତେଣେ ବୋତଲ ଫିଙ୍ଗିବା ଅତି ନିନ୍ଦନୀୟ ଏବଂ ଉଦବେଗଜନକ ବୋଲି କହିଥିଲେ କ୍ରାନ୍ତିବୀର ଫାଉଣ୍ଡେସନ ଆବାହକ ଆଶିଷ ଲେଙ୍କା । ସଫେଇ ଅଭିଯାନବେଳେ ଅଧିକ ମଦ ବୋତଲ ମିଳିବା ନେଇ ସେ ନିଜର କ୍ଷୋଭ ପ୍ରକାଶ କରିବା ସହ ଏଥିପାଇଁ ସରକାର ଦୃଷ୍ଟି ଦେବାକୁ ଆହ୍ୱାନ କରିଥିଲେ । ରାଜ୍ୟରେ ମଦ ବିକ୍ରିକରି ନିଜର ରାଜସ୍ବ ବଢ଼ାଇବା ପାଇଁ ତତ୍ପର ସରକାର ଅତିକମରେ ଆମର ସାଂସ୍କୃତିକ ସ୍ଥଳୀଗୁଡ଼ିକର ଅସମ୍ମାନ ନକରିବାକୁ ସେ କହିଥିଲେ । ଅନ୍ୟତମ ସକ୍ରିୟ ସଦସ୍ୟ କ୍ରାନ୍ତିବୀର ଜଗତଜୀବନ ଜେନା ମଧ୍ୟ ନିଜର ଉଦବେଗ ପ୍ରକାଶ କରି ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଆମର ଐତିହ୍ୟ ଏବଂ ସଂସ୍କୃତିର ପ୍ରାଣକେନ୍ଦ୍ର ହୋଇଥିଲାବେଳେ ସେଗୁଡ଼ିକ ମଦ୍ୟପମାନଙ୍କ ଅଭୟାରଣ୍ୟ ହେବା ଉଚିତ ନୁହେଁ ଏବଂ ଏଠାରେ ମଦ ସହିତ ପ୍ଲାଷ୍ଟିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବର୍ଜିତ ହେବା ଆବଶ୍ୟକ ବୋଲି ସେ କହିଥିଲେ । କେବଳ ‘ମଦ୍ୟପାନ ନିଷେଧ’ ବୋଲି ଫଳକ ମାରିଦେବା ଯଥେଷ୍ଟ ନୁହେଁ ତା’ସହ ସେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଉଚିତ । ନଚେତ ଏଠାରେ ସଭ୍ୟ ଲୋକମାନଙ୍କ ଯାତାୟତ ପ୍ରଭାବିତ ହେବ ବୋଲି କହିଥିଲେ । ମଦ ପିଇବା ପାଇଁ ସରକାର ଏତେ ଠିପିଖୋଲା ମଦ ଦୋକାନ ସହ କ୍ଲବ ବାର୍ ଆଦି ଖୋଲିଥିବାବେଳେ ଲୋକମାନେ ଏଭଳି ଦେବୀପୀଠର ଆଖପାଖ ଅଞ୍ଚଳଗୁଡ଼ିକ ଏଥିପାଇଁ ବ୍ୟବହାର କରିବା ଅନୁଚିତ ବୋଲି ଡ଼ଃ କୈଳାସ ଚନ୍ଦ୍ର ବିଶ୍ୱାଳ କହିଥିଲେ । ସ୍ୱଚ୍ଛତା କେବଳ ଜଣେ ଚାହିଁଲେ ହେବନାହିଁ, ଏଥିପାଇଁ ଆମ ସମସ୍ତଙ୍କର ସହଯୋଗ ରହିବା ଦରକାର ବୋଲି ସେ କହିଥିଲେ । ସ୍ବେଚ୍ଛାସେବୀ ଇଂ ଦୀପକ ଜେନା କାର୍ଯ୍ୟକ୍ରମଟିର ସଞ୍ଚାଳନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ, ସନ୍ଧ୍ୟାରାଣୀ ପରିଡା,ଲିନୁ ମିଶ୍ର, ଶ୍ରୀଗୁରୁ ସୀତାରାମ ଶତପଥୀ, ସଞ୍ଜୀବ ମିଶ୍ର, ଇଂ ଦୀପକ ଜେନା ,ସ୍ୱାଗତ ଦାସ, ପ୍ରକାଶ ମାଝୀ, ମୁକେଶ ବସ୍ତିଆ, ବିଶ୍ୱରଞ୍ଜନ ସେନାପତି, ଶୁଭ୍ରଜିତ ଦାଶ, ଦୀପକ ବରାଳ, ଆଡଭୋକେଟ ଦେବାଶିଷ ମିଶ୍ର, ଆଡଭୋକେଟ ବିସ୍ମୟ ଦାଶ, ମନୋରଞ୍ଜନ ଖଟେଇ, କାଶୀ ବିଶ୍ୱନାଥ, ଆକାଶ ସାହୁ, ଦୀନବନ୍ଧୁ ଷଡ଼ଙ୍ଗୀ, ରାଧାଗୋବିନ୍ଦ ବିଶ୍ୱାଳ, ରଣଜିତ ଧଳ , ସୁପ୍ରିମକୋର୍ଟ ଆଡଭୋକେଟ ଶୁଭ୍ରାଂଶୁ ଶେଖର ଦାଶ,ପ୍ରିୟବ୍ରତ ଜେନା,ଜ୍ୟୋତି ଭାଇ,ଚିନ୍ମୟ ଭାଇ,ଦେବ ଭାଇ,କୈଳାସ ଭାଇ ,ବିଶ୍ୱ ଭାଇ ପ୍ରମୁଖ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.