banner
Breaking

ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଲେ ମିଳିବ ପୁରସ୍କାର-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୮।୧୦(ଓଡିଆ ନ୍ୟୁଜ) ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚପରାଶି ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତଙ୍କ ଉନ୍ନତ ସେବାକୁ ଅନୁଧ୍ୟାନ କରି ଦିଆଯିବ ପୁରସ୍କାର। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବାରେ ୫ ଗୋଟି ବିଭାଗରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ଭେଦନଶୀଳ ଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି। ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି
ଡାକ୍ତରଙ୍କୁ ମୁଣ୍ଡପିଛା ୧୦ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବା ବେଳେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ପୁରସ୍କାର ଶ୍ରେଷ୍ଠ ୧୦ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମିଳିବ । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନର ଚୂଡ଼ାନ୍ତ ନିଷ୍ପତ୍ତି କମିଟି ନେବ। ଏଥିସହିତ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ ବି ପୁରସ୍କୃତ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.