banner
Breaking

ଅନାଥ ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ।

0

ଭୁବନେଶ୍ୱର,୨୭ ।୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଏସଓଏସ ଭିଲେଜରେ ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ,ଖୁସି, ନାଚଗୀତ ମାଧ୍ୟମରେ ପିଲାଙ୍କ ସହିତ ଦୀପାବଳି ପାଳି ତାଙ୍କୁ ଦୀପାବଳିର ବିଭିନ୍ନ ପ୍ରକାରର ଉପହାର ନବୀନ ବାଣ୍ଟିଛନ୍ତି । ଏହା ସହ କୁନି କୁନି ଅନାଥ ପିଲାଙ୍କ ଏସଓଏସ ଭିଲେଜକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବି ଅନାଥ ଆଶ୍ରମରେ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗରିବ ଓ ନିରାଶ୍ରୟ ପିଲାଙ୍କ ସହ ଦୀପାବଳି ପାଳିଲେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଅସହାୟ ପିଲାଙ୍କ ମୁହଁରେ ହସ ଫୁଟାଇ ଦୀପାବଳି ପାଳନ କରିବାକୁ ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କୁନି କୁନି ପିଲାଙ୍କ ସହ ଦୀପାବଳି ପାଳନ କଲେ ପୋଲିସ କମିଶନର ଓ ଜିଲ୍ଲାପାଳ ଏବଂ ବିଭିନ୍ନ ଅଧିକାରୀ । ମିଠା ବାଣ୍ଟିଲେ, କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲେ ।

Khansweb Solution Bhubaneswar

Leave A Reply

Your email address will not be published.