banner
Breaking

ଦୀପାବଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ-କମିଶନର

0

ଭୁବନେଶ୍ୱର,୨୭।୧୦(ଓଡ଼ିଆ ନ୍ୟୁଜ): ଆଜି ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ଅଧିକ ୩ପ୍ଲାଟନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର ନିୟୋଜିତ ହେବେ। ୪୩ ପିସିଆର ଭ୍ୟାନ ଛଡା ଅଧିକ ୫ଟି ପିସିଆର ବୁଲିବ। ଏହି ୫ଟି ପିସିଆର ଭ୍ୟାନ୍‌ କେବଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଉଥିବା ବ୍ୟକ୍ତିଙ୍କୁ ଧରିବ ବୋଲି ଶୁକ୍ରବାର ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି। ସେ କହିଛନ୍ତି, ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଗିରଫ କରାଯିବ। ଏହାସହ ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି। ଚାଇନା ବାଣ ଉପରେ ମଧ୍ୟ କଟକଣା ରହିଛି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୨୭୨ଜଣ ବାଣ ଦୋକାନୀ ଲାଇସେନ୍ସ ନେଇଛନ୍ତି। ସେମାନଙ୍କୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଓ ଚାଇନା ବାଣ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ରାଜଧାନୀର ବିଭିନ୍ନ ବାଣ ଦୋକାନରେ ଚଢାଉ କରି ବାଣ ଜବତ କରୁଛନ୍ତି। ଏହି ସ୍କ୍ବାଡ୍‌ ଶୁକ୍ରବାର ରାଜଧାନୀର ଏକାଧିକ ସ୍ଥାନରେ ଚଢାଉ କରି ବହୁ ବାଣକୁ ଜବତ କରିଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଯେଉଁମାନେ ମଦ ପିଇ ଗାଡ଼ି ଚଳାଇବେ ସେମାନଙ୍କୁ ଗିରଫ କରାଯିବ। ରାସ୍ତା ଉପରେ ବାଣ ଫୁଟାଇ ଅନ୍ୟକୁ ହଇରାଣ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କେହି ଏଭଳି କରୁଥାନ୍ତି ତେବେ ଲୋକେ ୧୦୦କୁ ଫୋନ୍‌ କରି ଜଣାଇ ପାରିବେ। ଦୀପାବଳି ଦିନ ଅଗ୍ନିଶମ ବିଭାଗ କର୍ମଚାରୀ ସଜାଗ ରହିବେ। କେବଳ ପଞ୍ଜୀକୃତ ବାଣ ଦୋକାନରୁ ବାଣ କିଣିବା ଓ ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.