banner
Breaking

୨କୋଟି ଠକେଇ ଅଭିଯୋଗ।

0

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବ୍ଲକରେ ଲୋକଙ୍କୁ ଚାକିରି ଦେବା ଆଳରେ ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲା ନିଆଳି ଥାନାଞ୍ଚଳର ରୋହିତ କୁମାର ରାଉତ(୪୭)। ସୂଚନା ମୁତାବକ, କୃଷକ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ସଞ୍ଚତ୍ତା ଓ ସମୃଦ୍ଧି ଯୋଜନାରେ ଲୋକଙ୍କୁ ନିଯୁକ୍ତି ଦେବାକୁ କହି ଅଭିଯୁକ୍ତ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ଫେରାର୍‌ ଥିଲା। ଗତ ୨ ବର୍ଷ ପୂର୍ବେ ସେ ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ଶୈଳଶ୍ରୀବିହାର ଅଞ୍ଚଳରେ ସଞ୍ଚତ୍ତା ଓ ସମୃଦ୍ଧି ଯୋଜନା ନାମରେ ଅଫିସ ଖୋଲି ୧୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ରାଜ୍ୟର ବିଭିନ୍ନ ବ୍ଲକ୍‌ ଅଞ୍ଚଳର ଯୁବକ, ମହିଳା, ବୃଦ୍ଧଲୋକଙ୍କୁ ମାଗଣାରେ ଲାପଟପ୍‌ ଦେବାକୁ କହିଥିଲା। ଏହାସହ ଏହି ଯୋଜନାରେ ବିଭିନ୍ନ ନିଯୁକ୍ତି ଦେବା ନେଇ ଖବରକାଗଜରେ ମଧ୍ୟ ପ୍ରକାଶ କରାଯାଇଥିଲା। ଏହି ଖବର ପଢ଼ି ଶହ ଶହ ଲୋକ, ଯୁବତୀଯୁବକମାନେ ଚାକିରି ପାଇବା ଆଶାରେ ୨୦-୩୦ ହଜାର ଟଙ୍କା କମ୍ପାନୀକୁ ଦେଇଥିଲେ। ପ୍ରାୟ ୨ ବର୍ଷରେ ୨ କୋଟି ଟଙ୍କା ଆଦାୟ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅଫିସ ବନ୍ଦ କରି ଫେରାର୍‌ ହୋଇଯାଇଥିଲା। ଏ ନେଇ ଟଙ୍କା ଦେଇଥିବା ଲୋକେ ନିରାଶ ହୋଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ୪୦୭/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ବୁଧବାର କଟକ ଜିଲା ନିଆଳି ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.