banner
Breaking

ଏଣିକି ବ୍ୟାଙ୍କ ଆକାଉଣ୍ଟକୁ ଯିବ ବାର୍ଦ୍ଧକ୍ୟ ଭତ୍ତା।

0

ଭୁବନେଶ୍ୱର,୨୫ ।୧୦(ଓଡ଼ିଆ ନ୍ୟୁଜ): ଏଣିକି ବ୍ୟାଙ୍କ ଆକାଉଣ୍ଟକୁ ଯିବ ବାର୍ଦ୍ଧକ୍ୟ ଭତ୍ତା । ନଭେମ୍ବରରୁ ସବୁ ସହରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟରେ ଏହି ନିୟମ ଲାଗୁ ହେବ । ଡିସେମ୍ବରରୁ ସବୁ ଗ୍ରାମାପଞ୍ଚାୟତସ୍ତରରେ ଏହାକୁ ଲାଗୁ କରାଯିବ । ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ପୂର୍ବ ଭଳି ଭତ୍ତା ମିଳିବାର ଯୋଜନା ରହିଛି । ଭିନ୍ନକ୍ଷମମାନଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ମଧ୍ୟ ସରଳୀକରଣ ହେବ । ସ୍ୱୀକୃତିପ୍ରାପ୍ତ ଚିକିତ୍ସକ ଏଥିରେ ନିଜର ପରିଚୟ ପତ୍ର ଦେଇପାରିବେ । ଜିଲ୍ଲାସ୍ତରର ଭିନ୍ନକ୍ଷମ ତାଲିମପ୍ରାପ୍ତ ଅଧିକାରୀ ମଧ୍ୟ ନିଜର ପରିଚୟ ପତ୍ର ଦେଇପାରିବେ । ଏନେଇ ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

Khansweb Solution Bhubaneswar

Leave A Reply

Your email address will not be published.