banner
Breaking

ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ।

0

ଭୁବନେଶ୍ବର,୨୧/୧୦(ଓଡ଼ିଆ ନ୍ୟୁଜ):ଉତ୍କଳ ମ୍ୟାନେଜମଣ୍ଟ ଆଲୁମ୍ନାଇ ଆସୋସିଏସନ ପୁରାତନ ଛାତ୍ର ସଂଘ (ଉମା) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ର ବ୍ୟବସାୟ ପ୍ରସାଶନ ବିଭାଗର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ବର୍ଜନ ର ସଚେତନତା ବିଷୟରେ ଅବଗତ କରାଇବା । ଏହି ସଚେତନତା ଅଭିଯାନ ବିଶ୍ୱବିଦ୍ୟାଳୟର ଅହିଁସା ସ୍ଥଳରୁ ଆରମ୍ଭ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରସାଶନ ବିଭାଗର ବିଶିଷ୍ଠ ଅଧ୍ୟାପକ ଡ଼ଃ ବିଧୁ ଭୂଷଣ ମିଶ୍ର ଏବଂ ଉତ୍କଳ କୃଷି ବ୍ୟବସାୟ ପ୍ରଶାସନର ମୁଖ୍ୟ ଦୀପକ କୁମାର ରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପୂର୍ବ ଛାତ୍ର ସଂଘର ସଦସ୍ୟ ବୃନ୍ଦ (କୁମାରୀ ସୁଚିସ୍ମିତା ପଟ୍ଟନାୟକ, ଡ଼ଃ ପଲ୍ଲବି ମୁଣ୍ଡ, ଶ୍ରୀ ବିଶ୍ୱାମ୍ୱର ମିଶ୍ର, ଶ୍ରୀ ଦେବାଶିସ ସାହୁ, ଶ୍ରୀ ରୀତ୍ୱିକ ରାଏ, ଡ଼ଃ ଗୌରଭ କୁମାର ସାହୁ, ଡ଼ଃ ଆଦିତ୍ୟ ରଞ୍ଜନ ସାମଲ, ଶ୍ରୀ ସିମନ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟବସାୟ ପ୍ରଶାସନ ର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ବିଶ୍ୱବିଦ୍ୟାଳୟ ର ପରିସରକୁ ଏକ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ସଫଳ ପ୍ରୟାସ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.