banner
Breaking

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରକଳ୍ପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨୧ା୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ସେହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର ଲାଗିଛି । ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ୧୫ଟି ପ୍ରକଳ୍ପ ପାଇଁ ୩ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ସଂସ୍କାର କମିସନ ରିପୋର୍ଟ ଆଧାରରେ ଏହିପରି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ପିଭିଟିଜି ସ୍କୁଲ ଶିକ୍ଷକଙ୍କୁ ଏସସି/ଏସଟି ଭଳି ମାନ୍ୟତା ମିଳିବ । ବିମାନ ଶାଖା ସାଧାରଣ ପ୍ରଶାସନ ବିଭାଗରୁ ପରିବହନ ବିଭାଗକୁ ସ୍ଥାନାନ୍ତର ହେବ । ସେହିପରି ଓଡ଼ିଶା ଶ୍ରମ ସେବା ନିୟମରେ ସଂଶୋଧନ ହେବ । ଗ୍ରାମାଞ୍ଚଳରେ ନିଯୁକ୍ତ ଆରଏଲଆଇ ପଦବୀ ଏଣିକି ଏଏଲଓ ଭାବେ ନାମକରଣ ହେବ । ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଜିଲ୍ଲା ନିଯୁକ୍ତି ନିୟମରେ ସଂଶୋଧନ କରାଯିବ ।ସାଧାରଣ ପ୍ରଶାସନ ବିଭାଗର ଜିଲ୍ଳା ମନ୍ତ୍ରୀ ସ୍ତରୀୟ ନିଯୁକ୍ତିରେ ସଂଶୋଧନ କରାଯିବ । ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହକାରୀ ଭାବେ ନାମକରଣ ପଦବୀ ହେବ । ୨୯୬ ଅତିରିକ୍ତ ପଦବୀ ସୃଷ୍ଟି ଏବଂ ୯୦% ସିଧାସଳଖ ନିଯୁକ୍ତି ପାଇବେ । ଓଡ଼ିଶା ଶ୍ରମ ସେବା କ୍ୟାଡ଼ରରେ ୫୩୯ ପଦବୀ ସୃଷ୍ଟି ହେବ ଏବଂ ୪ଟି ପଦୋନ୍ନତି ମିଳିବ । ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ପାଇଁ ପାଇପ ଜଳ ପ୍ରକଳ୍ପକୁ ମଞ୍ଜୁରି ହୋଇଛି । ସେହିପରି ତିନି ବ୍ଲକରେ ୩୮୪ ଗାଁର ୩ଲକ୍ଷ ୨୧ହଜାର ଲୋକ ପାଣି ପାଇବେ । ସେହି ପ୍ରକଳ୍ପ ପାଇଁ ୬୪୧କୋଟି ଟଙ୍କା ଖର୍ଚ୍ଚ ହେବ ।ବସୁଧା ଯୋଜନାରେ ଢ଼େଙ୍କାନାଳରେ ୩୩୯.୩୮କୋଟିର ପ୍ରକଳ୍ପ ହେବ । ଏହାସହ ରାଜସ୍ୱ ବିଭାଗରେ ୟୁଜର୍ସ ଫି ଓ ଆବେଦନ ଦେୟ ଛାଡ଼ ହୋଇଛି ।ବିନା ଦେୟରେ ଘରେ ବସି ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିହେବ । ହିନ୍ଦୁ ଦେବୋତ୍ତର ଆଇନରୁ ପୁରୀ ଗୋବର୍ଦ୍ଧନ ମଠକୁ ବାଦ ଦିଆଯାଇଥିବା ସୂଚନା ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.