banner
Breaking

ଯୁବତୀଙ୍କ ମୃତ ଦେହ ଉଦ୍ଧାର। ହତ୍ଯା ଅଭିଯୋଗ ।

0

ଭୁବନେଶ୍ୱର,୨୦ ।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଲିଙ୍ଗିପୁରରେ ଜଣେ ମହିଳା ଆଇନଜୀବୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଦୀପାଲି ପ୍ରିୟଦର୍ଶିନୀ ଜେନା । ଆଜି ଘର ଭିତରୁ ଦୀପାଲିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଦୀପାଲିଙ୍କ ମୃତଦେହ ଜବତ ପରେ ଘଟଣାର ଛାନଭିନ୍ ଆରମ୍ଭ କରିଦେଇଛି ଧଉଳି ପୋଲିସ । ମୃତ ଯବତୀ ଓକିଲାତି ପାସ କରି ପ୍ରାକଟିସ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ପୁଲିସ୍ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଗତ ରାତିରେ ଦୀପାଲିଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ଥିବା ଜଣାପଡିଛି । ଏନେଇ ଦୀପାଲିଙ୍କ ମୃତ୍ୟୁ ପଛରେ ବିକ୍ରମଙ୍କ ହାତ ଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୀପାଳିଙ୍କ ନିଜ ଘର ବାଲେଶ୍ବର ଜିଲା ବାସୁଦେବ ପୁର ଅଞ୍ଚଳରେ ।ଦୁଇ ଭଉଣୀ ଏଠାରେ ଭଡାରେ ରହୁଥିଲେ ।ସାନ ଭଉଣୀ ସେଫାଳି ପ୍ରିୟଦର୍ଶନୀ ଗତ କାଲି ତାଙ୍କର ସାଙ୍ଗ ଘରକୁ ରାତିରେ ଯାଇଥିଲା। ବଡ ଭଉଣୀ ତାର ପୁରୁଷ ବନ୍ଧୁଙ୍କ ସହ ରହିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.