banner
Breaking

ଏହି ଗ୍ରୀଷ୍ମରେ ଆପଣଙ୍କ ଆଖିକୁ ସୁରକ୍ଷିତ ରଖନ୍ତୁ: ଦୃଷ୍ଟି ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

0

ସୂର୍ଯ୍ୟଙ୍କ କଠୋର କିରଣ ଏବଂ ଡିଜିଟଲ ଉପକରଣ ଯୋଗୁଁ ବ୍ୟାପକ ଗ୍ରୀଷ୍ମରେ ଆପଣଙ୍କ ଆଖିକୁ ସୁରକ୍ଷିତ ରଖନ୍ତୁ: ଦୃଷ୍ଟି ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶପରଦା ସମୟ ପ୍ରତି ବର୍ଦ୍ଧିତ ଉନ୍ମୁକତା ସହିତ ଆଗାମୀ ଗରମ ମାସରେ ଆପଣଙ୍କ ଦୃଷ୍ଟି ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥାପି କିଛି ସରଳ ପରାମର୍ଶ ଏବଂ ନିୟମିତ ଚକ୍ଷୁ ଯା ଦ୍ୱାରା ଆପଣ ଗ୍ରୀଷ୍ମ ଋତୁରେ ଆଖିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇପାରିବେ ।
ବିଶେଷକରି ବୟସ ସମ୍ବନ୍ଧୀୟ ମେକ୍ୟୁଲର ଡିଜେନରେସନ (ଇଗଊ)ଏବଂ ଡାଇବେଟିସ ରେଟିନପାଥି ପରି ରେଟିନୀୟ ରୋଗ ଆମ ଦୃଷ୍ଟି ଶକ୍ତି ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିପାରେ । ଦୃଷ୍ଟି ପାଇଁ ଦାୟୀ ରେଟିନାର କେନ୍ଦ୍ରୀୟ ଭାଗ, ମେକ୍ୟୁଲାକୁ ପ୍ରଭାବିତ କରୁଥିବା ଏକ ଅବସ୍ଥାକୁ ଇଗଊକୁହାଯାଏ ଏବଂ ବୃଦ୍ଧ ବୟସ୍କଙ୍କ ଦୃଷ୍ଟି ଶକ୍ତି ହାନିର କାରଣ ହୋଇପାରେ । ରେଟିନାରେ ରକ୍ତବାହୀକାକୁ କ୍ଷତି ପହାଉଥିବା ଏବଂ ଦୃଷ୍ଟି ଶକ୍ତି ହାନିର କାରଣ ହେଉଥିବା ମଧୁମେହ ଜଟିଳତା ଡାଇବେଟିକ ରେଟିନପାଥି ଅଟେ ।
ଭୁବନେଶ୍ୱର କଓଓଗଝ ର ରେଟିନା ବିଭାଗର ମୁଖ୍ୟ ଡା. ମନ୍ମଥ ଦାସ କହିଥିଲେ, “ସାହାଯ୍ୟ ଚାହୁଁଥିବା ୧୦% -୧୫% ଇଗଊ ରୋଗୀ ପୂର୍ବରୁ ଗୁରୁତର ରେଟିନୀୟ କ୍ଷତିଗ୍ରସ୍ତତାରେ ପୀଡିତ ଥିବା ମୋର ଅଭ୍ୟାସ କାଲରେ ମୁଁ ଦେଖୁଛି । ଅତି ପ୍ରାଥମିକ ଅବସ୍ଥାରେ ଆମେ ଆଖି ରୋଗର ସଂକେତ ଏବଂ ଲକ୍ଷଣ ଚିହ୍ନଟ କରିବା ଏବଂ ଚଳ ବୃିଗତ ସହାୟତା ଲୋଡିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଜଣେ ଅପ୍ଟୋମେଟ୍ରିଷ୍ଟ କିମ୍ବା ନେତ୍ର ରୋଗ ବିଶେଷଜ୍ଞଙ୍କୁ ନିୟମିତ ଭାବେ ଦେଖା କରିବା ଦ୍ୱାରା ପ୍ରାଥମିକ ଅବସ୍ଥାରେ ଅନ୍ତର୍ନିହିତ ଅବସ୍ଥା ଚିହ୍ନଟ କରି ରେଟିନୀୟ କ୍ଷତି, ଦୃଷ୍ଟି ଶକ୍ତି ହାନି ଏବଂ ଅନ୍ଧତ୍ୱକୁ ରୋକା ଯାଇପାରିବ । ପ୍ରଭାବଶାଳୀ ଭାବରେ ମଧୁମେହକୁ ପରିଚାଳନା କରିବା ଏବଂ ମଧୁମେହ ସମ୍ବନ୍ଧୀୟ ଚକ୍ଷୁ ରୋଗକୁ ରୋକିବା ପାଇଁ ରୋଗୀମାନଙ୍କ ପାଇଁ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଜରୁରୀ ଅଟେ ।”
ସୂର୍ଯ୍ୟ କିରଣ ପ୍ରତି ଦୀର୍ଘ ସମୟ ଉନ୍ମୁକ୍ତତାରୁ ଦୂରେଇ ରୁହନ୍ତୁ:ସୂର୍ଯ୍ୟଙ୍କ ଅତି-ବାଇଗଣି (ଟଠ) ରଶ୍ମି ଆମ ଆଖି ପାଇଁ କ୍ଷତିକାରକ ହୋଇପାରେ, ବିଶେଷ କରି ଦିନ ୧୦ଟା’ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ । ବାହାରେ ସମୟ ବିତାଇବା ବେଳେ ଉଭୟ ଟଠଇଏବଂ ଟଠଈରଶ୍ମିର ୧୦୦%ଅବରୋଧ କରୁଥିବା ଚୌଡା ଟୋପି ଏବଂ ସାନଗ୍ଲାସ ପିନ୍ଧିିବାକୁ ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ଆଖିକୁ ଟଠବିକିରଣର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ମୋତିଆବିନ୍ଦୁ ପରି ଆଖିର ଅବସ୍ଥା ହେବାର ସଙ୍କଟ ହ୍ରାସ କରିଥାଏ ।
ଡିଜିଟଲ ଉପକରଣ ବ୍ୟବହାର କରିବା ସମୟରେ ବିରାମ ନିଅନ୍ତୁ :ଗ୍ରୀଷ୍ମ ଛୁଟି କିମ୍ବା ବାହ୍ୟ କାର୍ଯ୍ୟକଳାପ ସମୟରେ ଡିଜିଟଲ ଉପକରଣ ବର୍ଦ୍ଧିତ ବ୍ୟବହାର ସହିତ ଆପଣଙ୍କ ଆଖିକୁ ନିୟମିତ ବିରାମ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । \”୨୦-୨୦-୨୦\” ନିୟମ ଅନୁସରଣ କରିବା ଏକ ସରଳ ମାର୍ଗଦର୍ଶିକା ଅଟେ ପ୍ରତି ୨୦ମିନିଟରେ, ୨୦ସେକେଣ୍ଡ ବିରାମ ନିଅନ୍ତୁ ଏବଂ ୨୦ଫୁଟ ଦୂରରେ ଥିବା କିଛି ଜିନିଷ ଦେଖନ୍ତୁ । ଦୀର୍ଘ ସମୟରେ ସ୍କ୍ରିନ ସମୟ ଦ୍ୱାରା ସୃଷ୍ଟି ହୋଇଥିବା ଆଖି ଉପରେ ଚାପ ଏବଂ ଅଶ୍ୱସ୍ତିକୁ ଏହା ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଡିଜିଟଲ ଆଖି ଚାପ ରୋକିଥାଏ ।
ଟଠ ସୁରକ୍ଷା ଥିବା ସାନଗ୍ଲାସ ପିନ୍ଧନ୍ତୁ: ସାନଗ୍ଲାସ କେବଳ ଫେସନ ଷ୍ଟେଟମେ ନୁହେଁ, ବରଂ ଆଖିର ସୁରକ୍ଷା ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଅଟେ । ଆଖିକୁ ଟଠ କ୍ଷତିକାରକ କିରଣରୁ ରକ୍ଷା କରିବା ପାଇଁ ୧୦୦% ଟଠ ସୁରକ୍ଷା ପ୍ରଦାନ କରୁଥିବା ସାନଗ୍ଲାସ ଖୋଜନ୍ତୁ । ଧୃବୀକୃତ ଲେନ୍ସ ମଧ୍ୟ ଚମକକୁ ହ୍ରାସ କରିପାରେ ଏବଂ ଉମ ସ୍ୱଚ୍ଛତା ପ୍ରଦାନ କରିପାରିବ, ବିଶେଷତଃ ଜଳ ନିକଟରେ କିମ୍ବା ଉଜ୍ଜ୍ୱଳ ବାହ୍ୟ ସ୍ଥିତିରେ ସମୟ ବିତାଉଥିବା ବେଳେ ।
ନିୟମିତ ଚକ୍ଷୁ ବିଶେଷ କରି ମଧୁମେହ ଥିବା ରୋଗୀଙ୍କ ପାଇଁ:ନିୟମିତ ଚକ୍ଷୁ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷତଃ ମଧୁମେହ ରୋଗୀଙ୍କ ପାଇଁ । ମୂଳରୁ ଚିହ୍ନଟ ଏବଂ ଚିକିତ୍ସିତ ନହୋଇଥିଲେ ସ୍ଥାୟୀ ଦୃଷ୍ଟି ଶକ୍ତି ହାନିର କାରଣ ହେଉଥିବା ଡାଇବେଟିକ ରେଟିନପାଥି ପରି ରେଟିନୀୟ ରୋଗ ବିକାଶ ହେବାର ସଙ୍କଟ ମଧୁମେହ ବଢାଇପାରେ । ଆପଣଙ୍କର ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ନିଘ୍ରାଣି କରିବା ଏବଂ କୌଣସି ସମ୍ଭାବ୍ୟ ସମସ୍ୟାକୁ ମୂଳରୁ ଚିହ୍ନଟ କରିବା ପାଇଁ ଚକ୍ଷୁ ରୋଗ ବିଶେଷଜ୍ଞ କିମ୍ବା ଚକ୍ଷୁ ଚିକିତ୍ସା ଦ୍ୱାରା ନିୟମିତ ଚକ୍ଷୁ ନିଶ୍ଚିତ କରନ୍ତୁ ।
ପରିଶେଷରେ ସୁସ୍ଥ ଦୃଷ୍ଟିଶକ୍ତି ବଜାୟ ରଖିବା ପାଇଁ ଗ୍ରୀଷ୍ମ ଋତୁରେ ଆମ ଆଖିକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ସମୟ ସୂର୍ଯ୍ୟ ଉନ୍ମୁକ୍ତତାରୁ ଦୂରେଇ ରହିବା, ଡିଜିଟଲ ଉପକରଣରୁ ବିରାମ ନେବା, ଟଠ ସୁରକ୍ଷା ଥିବା ସାନଗ୍ଲାସ ପିନ୍ଧିବା, ନିୟମିତ ଚକ୍ଷୁ ଏବଂ ରେଟିନୀୟ ରୋଗର ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କରାଇବା ଭଳି ଏହି ସରଳ ପରାମର୍ଶ ଅନୁସରଣ କରି ଗ୍ରୀଷ୍ମ ଋତୁ ଏବଂ ଆମର ଆଖିର ଯତ୍ନ ଭଲ ଭାବରେ ନିଆଯାଇଛି ବୋଲି ଆମେ ସୁନିଶ୍ଚିତ କରିପାରିବା ।

Khansweb Solution Bhubaneswar

Leave A Reply

Your email address will not be published.