banner
Breaking

ଜାମସେଦପୁରକୁ ଉଡ଼ିଲା ବିମାନ

0

ଭୁବନେଶ୍ୱର : ଭୁବନେଶ୍ୱରରୁ ଝାଡ଼ଖଣ୍ଡର ଜାମଶେଦପୁରକୁ ଦୈନିକ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଛି। ମଙ୍ଗଳବାର ସକାଳ ୭ଟା ୩୦ରେ ଏୟାରକ୍ରାଫ୍ଟ ଭିଟି-କେଏସ୍‌ଏସ୍‌ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଶୁଭାରମ୍ଭ କରିଥିଲା।

ଭୁବନେଶ୍ୱରରୁ ଜାମଶେଦପୁର ଭଡ଼ା ୨,୯୯୯ଟଙ୍କା ରହିଥିବାବେଳେ ଜାମସେଦପୁରରୁ କୋଲକାତା ଭଡ଼ା ୧,୯୯୯ ଟଙ୍କା ରହିଛି। ତେବେ ବୁଧବାରଠାରୁ ଦୈନିକ ବିମାନ ଚଳାଚଳ ସମୟ ଅଲଗା ରହିଛି। ବୁଧବାରଠାରୁ ଏହା ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ବାହାରି ଜାମଶେଦପୁରରେ ୭ଟା ୫୦ରେ ପହଞ୍ଚିବ। ସେଠାରୁ ୮ଟା ୧୫ରେ କୋଲକାତା ଅଭିମୁଖେ ବାହାରି ୯ଟା ୨୦ରେ ପହଞ୍ଚିବ। କୋଲକାତାରୁ ପୁଣି ୧୦ଟା ୧୦ରେ ବାହାରି ଜାମଶେଦପୁରରେ ୧୧ଟା ୧୫ରେ ପହଞ୍ଚତ୍ ସେଠାରୁ ଅପରାହ୍ନ ୧୨ଟା ୪୫ରେ ଉଡ଼ାଣ କରି ଭୁବନେଶ୍ୱରରେ ୨ଟା ୫ରେ ଅବତରଣ କରିବ।

Khansweb Solution Bhubaneswar

Leave A Reply

Your email address will not be published.