banner
Breaking

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁରସ୍କୃତ ହେବେ ବ୍ଲକ।

0

ଭୁବନେଶ୍ୱର,୨୦ା୧୦(ଓଡ଼ିଆ ନ୍ୟୁଜ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡ଼ିକୁ ରାଜ୍ୟ ସରକାର ପୁରସ୍କାର ଦେବା ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ବର୍ତ୍ତମାନ ସଫଳତା ଆଣିଥିବା ଶନିବାର ପଞ୍ଚାୟତିରାଜ ତଥା ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ପ୍ରତାପ କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୬ ସୁଦ୍ଧା ଧାର୍ଯ୍ୟ ସମୟରେ ପ୍ରଥମ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ଆକାରରେ ୩୮ ଲକ୍ଷ ଟଙ୍କା ପାଇଛି। ଏହି ସମୟରେ ୧ ଲକ୍ଷ ୬ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିର ସମସ୍ତ ଅର୍ଥ ମିଳିପାରିଛି ା ସେହିପରି ଆସନ୍ତା ନଭେମ୍ବର ୧୫ ମଧ୍ୟରେ ଦ୍ୱିତୀୟ କିସ୍ତିର ସମସ୍ତ ଅର୍ଥ ପ୍ରଦାନ କରିଥିବା ବ୍ଲକଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ । ହିତାଧିକାରୀମାନେ ଯେଭଳି ଧାର୍ଯ୍ୟ ସମୟରେ ସେମାନଙ୍କ ଅର୍ଥ ପାଇବେ, ସରକାର ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବ୍ଲକଗୁଡିକ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଥିବା ପ୍ରତାପ କହିଛନ୍ତି। ପୁରସ୍କାର ପ୍ରଦାନ ପାଇଁ ଥିବା ସର୍ତ୍ତ ଅନୁଯାୟୀ ୧୦୦ରୁ ୨୦୦୦ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡ଼ିକ ନଭେମ୍ବର ୧୫ ସୁଦ୍ଧା ଦ୍ୱିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ଦେଲେ ସେମାନେ ପୁରସ୍କାର ଆକାରରେ ୫୦,୦୦୦ ଟଙ୍କା ପାଇବେ ା ସେହିଭଳି ୨୦୦୧ରୁ ୪୦୦୦ ଓ ୪୦୦୦ ରୁ ଅଧିକ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକଗୁଡିକୁ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ା ପୁରସ୍କାର ରାଶି ଆକାରରେ ବ୍ଲକଗୁଡିକ ପାଉଥିବା ଅର୍ଥର ୫୦ ପ୍ରତିଶତ ସେମାନେ କଣ୍ଟିଜେନ୍ସି ଆକାରରେ ନିଜ ଅଫିସ୍‌ରେ ବ୍ୟୟ କରିବେ ା ଅବଶିଷ୍ଟ ଅଧା ଅର୍ଥକୁ କର୍ମଚାରୀମାନଙ୍କ ମଧ୍ୟରେ ପୁରସ୍କାର ଆକାରରେ ବଣ୍ଟାଯିବ। ଏହି ବ୍ୟବସ୍ଥା ଦ୍ୱାରା ଅଧିକାଂଶ ବ୍ଲକରେ ଅର୍ଥ ପ୍ରଦାନ ବ୍ୟବସ୍ଥା ଶତ ପ୍ରତିଶତକୁ ଛୁଇଁ ପାରିଛି ା ଏପରିକି ଯେଉଁସବୁ ସ୍ଥାନରେ ହିତାଧିକାରୀମାନେ ସମସ୍ୟାରେ ପଡି ଅର୍ଥ ପାଇବାରେ ବିଳମ୍ବ ସମ୍ଭାବନା ଥିଲା ,ସେଠାରେ ବ୍ଲକ କର୍ମଚାରୀମାନେ ନିଜ ଆଡୁ ପଦକ୍ଷେପ ଗ୍ରହଣ କରି ସମାଧାନ ସହିତ କିସ୍ତି ଅର୍ଥ ପ୍ରଦାନ କରୁଛନ୍ତି। ଏହା ହିଁ ଯୋଜନାକୁ ସଫଳତା ଦେଉଥିବା ମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.