banner
Breaking

ଭୁବନେଶ୍ବର ଲାଇଭ ଉଦଘାଟିତ

0

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ସୁଯୋଗ ପାଇଛି। ଏହା ଆମକୁ ଅଧିକ ଗୌରବାନ୍ବିତ କରିଛି। ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଓଡ଼ିଶାରେ ବିଶ୍ୱକପ୍‌ର ଉପସ୍ଥିତିକୁ ସମସ୍ତେ ଅନୁଭବ କରିବା ସହ ଏକ ମନ ନେଇ ଆୟୋଜିତ ଉତ୍ସବର ମଜା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଡଟ୍‌ଫେଷ୍ଟର ‘ଭୁବନେଶ୍ୱର ଲାଇଭ୍‌’କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱର ୧୬ଟି ଦେଶରୁ ଲୋକମାନେ ଆସି ଏହାକୁ ଉପଭୋଗ କରୁଛନ୍ତି। ଆୟୋଜିତ ଏହି ଉତ୍ସବର ମୁହୂର୍ତ୍ତକୁ ଦ୍ୱିଗୁଣିତ କରିବା ସହ ପ୍ରତ୍ୟକ ମୁହୂର୍ତ୍ତର ମଜା ନେବାକୁ କହିଛନ୍ତି।
ଉତ୍ସବରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାରିକାନ୍ତି ବେହେରା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଭିନେତା କୁନା ତ୍ରିପାଠୀ ଓ ଦୀକ୍ଷା ତିୱାରୀ ଉପସ୍ଥାପନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.