banner
Breaking

ସାଇ ପାରାଡାଇଜ ସୋସାଇଟିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ନୂଆବର୍ଷ କୁ ସ୍ୱାଗତ

0

ଭୁବନେଶ୍ୱର ସ୍ଥିତ କିଟ କଲେଜ ଜଗନ୍ନାଥ ମନ୍ଦିର ନିକଟସ୍ଥ ସାଇ ପାରାଡାଇଜ ୱେଲଫେୟାର ସୋସାଇଟି ରେ ଏକ ଭିନ୍ନ ତଥା ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ନୂଆବର୍ଷ କୁ ସ୍ୱାଗତ ଜଣାଇଛନ୍ତି l କାର୍ଯ୍ୟକ୍ରମ ରେ ସମସ୍ତ ବର୍ଗର ଅନ୍ତେବାସୀ ଙ୍କ ସମାଗମ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବ ମୁଖର ହୋଇଥିଲା l ଶିଶୁ କଳାକାର ମାନେ ବିଭିନ୍ନ ପ୍ରକାର ର ଉଚ୍ଚ କୋଟିର ନୃତ୍ୟ ଓ ଗୀତ ପରିବେଷଣ ମାଧ୍ୟମରେ ମନୋରଞ୍ଜନ କରିଥିଲେ l ଶିଶୁ କଳାକାର ଙ୍କ ବ୍ୟତୀତ ଯୁବ ବର୍ଗ ଏବଂବୟସ୍କ ବ୍ୟକ୍ତିବୃନ୍ଦ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଗୁରୁଜନ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ଏବଂ ନିଜକୁ ସାମିଲ ମଧ୍ୟ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସୋସାଇଟି ତରଫରୁ ପୁରସ୍କାର ବଣ୍ଟନ ହେବା ସହ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଆତସିବାଜି କରାଯାଇଥିଲା ଏବଂ ସମସ୍ତଙ୍କ ପାଇଁ ସୁସ୍ୱାଦୁ ବ୍ୟଞ୍ଜନ ସହ କେକ କଟା ଯାଇଥିଲା l
ଏ ସମସ୍ତ କାର୍ଯ୍ୟକ୍ରମ ସୋସାଇଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାମନ୍ତରାୟ ଏବଂ ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ରଙ୍କ ପରିଚାଳନା ତଥା ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ନୂଆବର୍ଷ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ସୋସାଇଟି ର ଅନ୍ତେବାସୀଙ୍କ ଭାଇଚାରା ବଜାୟ ରହିବ ବୋଲି ସୋସାଇଟି ପକ୍ଷରୁ ସୂଚନା ଦେଇଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.