banner
Breaking

ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର – ନାଲକୋ ଛକ ନ୍ୟୁଜ ପେପର ୟୁନିୟନର ପ୍ରଥମ ବାର୍ଷିକ ଉତ୍ସବ ଶୈଳଶ୍ରୀ ବିହାର ଫେଜ-୨ ସ୍ଥିତ କମୁନିଟି ସେର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ ଖବର କାଗଜର ଡିଗିଏମ ଗଜେନ୍ଦ୍ର ଦାସ ଯୋଗଦେଇ କହିଥିଲେ ର୍ବମାନ ଟିଭି ଉ ସୋସିଆଲ୍ ମିଡିଆ ବଢିଥିଲେ ମଧ୍ୟ ଖବର କାଗଜ ସବୁବେଳେ ଲୋକମାନଙ୍କର ପ୍ରିୟ ଭାଜନ ହୋଇ ରହିଛି ଓ ଆଗାମୀ ଦିନରେ ରହିବ । ଖରା, ବର୍ଷା, ଶୀତ ଓ ମହାମାରୀ ସମୟରେ ହକର ଭାଇମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ପାଖରେ ଖବର କାଗଜ ପହାଉଛନ୍ତି । ଲୋକମାନେ ଘରେ ବସି ଦେଶ, ବିଦେଶ ଓ ନିଜ ଅଳର ଖବର ପଢିପାରୁଛନ୍ତି । ପ୍ରକୃତରେ ହକର ମାନେ ହେଉଛନ୍ତି ଖବର ପ୍ରସାରଣର କର୍ଣ୍ଣଧାର । ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ସମ୍ମାନିତ ଅତିଥି ଭାବେ ୭ ନମ୍ବର ଓାର୍ଡର କର୍ପୋରେଟର ଯଶୋଧାରା ପ୍ରଧାନ, ସମ୍ବାଦର ଚିଫ୍ ରିପୋଟର ଚୌଧୁରୀ ଅମିତାଭ ଦାସ, ଧରିତ୍ରୀର ପ୍ରସାରଣ ମ୍ୟାନେଜର ବିଜୟ ଧଳ ପ୍ରମୁଖ ଯୋଗଦେଇ ହକର୍ସ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସେମାନଙ୍କର ନଙ୍ଗଳ କାମନା କରିଥିଲେ । ୟୁନିୟନର ସାଧାରଣ ସମ୍ପାଦକ ଅରୁଣ କୁମାର ଦେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସେ ଅଭିଭାଷଣ ରଖି କହିଥିଲେ ୟୁନିୟନକୁ ପଞ୍ଜିକରଣ କରିବା ପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡିଥିଲା । ଶ୍ରମ ବିଭାଗ ଏହାକୁ ଅନୁମୋଦନ ଦେବାପରେ ସରକାରୀ ସୀକୃତି ମିଳିଥିଲା । ତେଣୁ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ମଚାରୀଙ୍କୁ ୟୁନିୟନ ପକ୍ଷରୁ କୃତଜ୍ଞତା ଝ୍‌ଞାପନ କରୁଛି । ଏଥି ସହିତ ହକର୍ସ ମାନଙ୍କର ତିନୋଟି ଦାବି ଯଥା ହକର୍ସ ମାନଙ୍କୁ ରାଶନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦିଆଯାଊ । ଏବଂ ୟୁନିୟନ ପାଇଁ ଜାଗା କିମ୍ବା ଘର ଯୋଗାଇ ଦିଆଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ସାମ୍ବାଦିକ ସୁକାନ୍ତ ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ୟୁନିୟନର ସଭାପତି ନବକିଶୋର ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୟୁନିୟନର ସମସ୍ତ କର୍ମର୍କା ଓ ସଦସ୍ୟ ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.