banner
Breaking

ଯୁବ ୟୁଟ୍ୟୁବର ସଲିମ୍ ଖାଁଙ୍କୁ ଭୁବନେଶ୍ୱରରେ ସ୍ବାଗତ

0

ଭୁବନେଶ୍ୱର : ଯୁବ ୟୁଟବର କଣ୍ଟେଣ୍ଟ କ୍ରିଏଟର ମହମ୍ମଦ ସଲିମ୍ ଖାଁଙ୍କୁ ଭୁବନେଶ୍ୱରରେ ଫଲୋର ମାନେ ଭବ୍ୟ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ମୁମ୍ବାଇ ମାହିମ ସହରର ଏହି ଯୁବକ ଜଣକ ୟୁଟ୍ୟୁବ୍ ମାଧ୍ୟମରେ କୋଟି କୋଟି ଯୁବ ପିଢୀଙ୍କର ମନ ଜିଣିଛନ୍ତି। ଓଡ଼ିଶାରେ ତାଙ୍କର ଅନେକ ଫଲୋର ରହିଛନ୍ତି। ଭାରତର ୧୯ ଟି ରାଜ୍ୟରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ପରିଦର୍ଶନ କରିବା ଏବଂ ତାଙ୍କ ଫଲୋର ମାନଙ୍କୁ ଭେଟିବା ଲକ୍ଷ୍ୟରେ ନିଜେ କାର ଡ୍ରାଇଭିଂରେ ବାହାରି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିଛନ୍ତି। ଦେଶର ପ୍ରମୁଖ ୪୦ଟି ସହର ପରିକ୍ରମା କରିବା ଅବସରରେ ସେ ୧୨ଟି ସହର ଅତିକ୍ରମ କରି ଓଡିଶା ପହଂଚିଛନ୍ତି। ୧୩୫ ଦିନରେ ୧୫ ହଜାର କିଲୋମିଟର ବୁଲିବାର ଲକ୍ଷ୍ୟ ରଖିଛନ୍ତି ସଲିମ ଖାନ୍। ମୁମ୍ବାଇ, ବାଙ୍ଗାଲୋର,ଚେନାଇ, ହାଇଦ୍ରାବାଦ, ବିଶାଖାପାଟଣା ପରେ ଭୁବନେଶ୍ୱର ପହଂଚି ପୁଣି କୋଲକାତା ଯିବାର କାର୍ଯ୍ୟକ୍ରମ ରହିଛି। ଆଜି ତାଙ୍କ ଫଲୋର ମାନଙ୍କ ଦ୍ୱାର ଭୁବନେଶ୍ୱର ଗ୍ରାଣ୍ଡ ଲୁମ୍ବିନୀ ପରିସରରେ ଆୟୋଜିତ ଉତ୍ସବରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଅତିଥି ଭାବେ ସମାଜସେବୀ ତଥା ଜଜବା ଅଧ୍ୟକ୍ଷ ସଫଦର ହସୀମ,ଆଇନଜୀବୀ ତଥା ଆହାର କମିଟି ସଦସ୍ୟ ହାସନ ଖାଁ,ସମାଜସେବୀ ଲିନା ନନ୍ଦିତା ପରିଡା, ଅଭିନେତା ବାବୁରଜା ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡିଶା ରେ ତାଙ୍କୁ ଏଭଳି ସ୍ୱାଗତ କରାଯାଇଥିବାରୁ ସେ ବହୁତ ଖୁସି ଓ ଆଗାମୀ ଦିନରେ ଓଡିଶା ଆସି ଏଠାକାର ସବୁ ଐତିହ୍ୟ ସ୍ଥଳ ବୁଲି ଏହାକୁ ୟୁଟ୍ୟୁବରେ ଅପଲୋଡ଼ କରିବେ ବୋଲି କହିଛନ୍ତି ସଲିମ୍। ସେ ଆହୁରି କହିଛନ୍ତି ଯେ ମୁଁ ଅନେକ ରାଜ୍ୟ ଓ ସହର ବୁଲିଛି। କିନ୍ତୁ ଓଡ଼ିଶାରେ ମିଳିଥିବା ଆତିଥେୟତା, ସ୍ନେହ ଶ୍ରଦ୍ଧା, ଭଲପାଇବା ସବୁଦିନ ଚିର ସ୍ମରଣୀୟ ହୋଇ ରହିବ।

Khansweb Solution Bhubaneswar

Leave A Reply

Your email address will not be published.