banner
Breaking

ଯାନ୍ତ୍ରୀକ ଓ ବୈଷୟିକ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ମାଧ୍ୟମରେ ନିଯୁକ୍ତି ଦେବ ଇଷ୍ଟଇିଣ୍ଡିଆ ଉଦ୍ୟୋଗ। ଆରମ୍ଭ କଲା କ୍ୟାମ୍ପସ କନେକ୍ଟ ପୋଗ୍ରାମ

0

ଭୁବନେଶ୍ୱର ,୧୯/୧୦(ଓଡ଼ିଆ ନ୍ୟୁଜ)- ଶିକ୍ଷା ଅଧ୍ୟୟନ ସମୟରେ ନିଯୁକ୍ତି ପାଇବା ସମସ୍ତଙ୍କ ଲକ୍ଷଥାଏ । ଛାତ୍ର ଛାତ୍ରୀ ମାନେ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷା ପଢିବା ସମୟରେ କ୍ୟାମ୍ପସ ପକ୍ରିୟାରେ ନିଯୁକ୍ତି ପାଇଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଠ ବିଷୟରେ ଦକ୍ଷତା ପାଇଁ ସମ୍ପୃକ୍ତ ସଂସ୍ଥା ତରଫରୁ କୈାଣସି ବ୍ୟବସ୍ଥା କରାଯାଇ ନଥାଏ । ଫଳରେ କ୍ୟାମ୍ପସରେ ଉତିନ୍ନ ଛାତ୍ର ଛାତ୍ରୀ ମାନେ ନିଜ ପ୍ରକୃତ ଦକ୍ଷତାର ପରିପ୍ରକାଶ କରିନପାରି ଅନେକ ସମୟରେ ନିଜର ଭବିଷ୍ୟତ କୁ ଅନ୍ଧାର ମଧ୍ୟକୁ ଠେଲିହୋଇଯାଇଥାନ୍ତି ।

ଏହି ସମସ୍ୟା ର ସମାଧାନ ପାଇଁ ଇିଷ୍ଟ ଇଣ୍ଡିଆ ଉଦ୍ୟୋଗ ପକ୍ଷରୁ ମୁଖ୍ୟ ନିର୍ଦ୍ଦେଶକ ହର୍ଷ ଗୁପ୍ତା ଓ ଏଚଆର ହେଡେ ବ୍ରଜ କିଶ୍ୱର ସ୍ୱାଇଁ ଙ୍କ ପ୍ରତ୍ୟାକ୍ଷ ତତ୍ୱାବୋଧନରେ ସାରା ବିଶ୍ୱରେ ଯାନ୍ତ୍ରୀକ ଓ ବୈଷୟିକ ପରିଚାଳନା ଶିକ୍ଷା କ୍ଷେତ୍ରରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ଚାକିରି କ୍ଷେତ୍ରରେ ଦକ୍ଷତା ଓ ନିଯୁକ୍ତ ସୁଦୃଢି କରଣ ପ୍ରକ୍ରିୟାର ଏକ ୬ ମାସିଆ ମୁକ୍ତ ଟ୍ରେନିଂ ପ୍ରଦାନ କାର୍ଯ୍ୟକ୍ରମ କରିଛନ୍ତି । ଯାହାଫଳରେ ଛାତ୍ର ଛାତ୍ରୀ ମାନଙ୍କ ଚାକରି ଭବିଷ୍ୟତ ଉଜ୍ଜଳମୟ ହେବା ସହିତ ଭବିଶ୍ୟତରେ ସେମାନେ ଭୋଗୁଥିବା ଟ୍ରେନିଂ ଭୟକୁ ଦୁରେଇ ପାରିବେ ।

ପ୍ରଥମ ପର୍ଯ୍ୟାୟରେ ଇଷ୍ଟ ଇଣ୍ଡିଆ ଉଦ୍ୟୋଗ ୫ଶହ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଟ୍ରେନିଂ ପୋଗ୍ରାମ ସିଏସ୍ଆର ମାଧ୍ୟମରେ କରୁଥିବା ଜଣା ପଡିଛି । ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱର ସବୁଶ୍ରେଣୀୟ ଛାତ୍ର ଚାତ୍ରୀଙ୍କୁ ଚାକିରି ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବା ଶନିବାର ଜଟଣୀ ନିକଟସ୍ଥ ସେୁରିଆନ ମ୍ୟାନେଜମେ କଲେଜରେ ଆୟୋଜିତ ଟ୍ରେନିଂ ପୋଗ୍ରାମରେ କମ୍ପାନିର ଏଜିଏମ୍ ତପୋଲିନା ଦେ ରାୟ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.